କଟକ, (ବାଘୁଆବାର୍ତ୍ତା): କଟକରୁ ଗିରଫ ହେଲା ନକଲି ବାବା ବା ତାନ୍ତ୍ରିକ । ସେକ ଆଶପାକ ନାମକ ତାନ୍ତ୍ରିକକୁ ଗିରଫ କରିଛି ମଙ୍ଗଳା ବାଗ ଥାନା ପୋଲିସ । ଗୁଣି ଗାରେଡ଼ି କରି ଲୋକଙ୍କୁ ଠକୁଥିଲା ଏହି ଭଣ୍ଡ ମୋଲାନା ଜଣକ । ତା’ ଠାରୁ ନଗଦ ୨ ଲକ୍ଷ ୭୬ ହଜାର ଟଙ୍କା ଜବତ କରିବା ସହ ଦୁଇଟି ଦାମୀ କାର, ଗୋଟିଏ ବୁଲେଟ ଏବଂ ବହୁ ଦାମୀ ମୋବାଇଲ ଏବଂ ଘଣ୍ଟା ଜବତ କରିଛି ପୋଲିସ । ରାଣୀହାଟର ଜଣେ ମହିଳାଙ୍କୁ ଗୁଣିଗାରେଡ଼ି କହି ଠକିଥିଲା । ମହିଳାଙ୍କ ଘରୁ ପ୍ରେତଆତ୍ମା ବାହାର କରିବାକୁ କହି ଠକି ଥିଲା ବାବା । ଘରୁ ଗୁପ୍ତଧନ ବାହାର କରିବାକୁ କହି ୬୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ସଂପୃକ୍ତ ମହିଳାଙ୍କ ସହ ଅନେକ ଲୋକଙ୍କଠାରୁ ଠକିଥିଲା କୈଫି ଖାନ୍ । ଲୁଟ୍ ଟଙ୍କାରେ ମୋବାଇଲ ଦୋକାନ ସହ ଗାଡ଼ି କିଣିଥିଲା ଅଭିଯୁକ୍ତ ।





