ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶଙ୍କରର ସୈତାନ ବୁଦ୍ଧି । ଦିନରେ ପାଗଳ ଭଳି ରେକି କରୁଥିଲା, ଆଉ ରାତିରେ ଗେଟ ବାହାରୁ ତାଲା ଭାଙ୍ଗି ଚୋରି କରି ନେଉଥିଲା ଗାଡି । ଭରତପୁର ପୋଲିସ ଜାଲରେ ଏଭଳି ଏକ ବାଇକ ଲୁଟେରା ପଡିଛି। ଖବର ଅନୁଯାୟୀ, ଗିରଫ ଲୁଟେରାର ନାଁ ଶଙ୍କର ବେହେରା । ଘର ଗଞ୍ଜାମ ଜିଲ୍ଲାର ବଡଗଡ଼। ବରମୁଣ୍ଡା ରୁଚିକା ମାର୍କେଟରେ ଶଙ୍କର ପାଗଳ ଭଳି ଏଣେ ତେଣେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅଭିଯୁକ୍ତ ଠାରୁ ୭ ଟି ଗାଡି ଜବତ କରାଯାଇଛି। ମାଷ୍ଟର କି’ ସହାୟତାରେ ଯେକୌଣସି ଗାଡିକୁ ଖୋଲି ଛୁ ମାରୁଥିଲା ଶଙ୍କର । ସେପଟେ ଗାଡିଗୁଡିକୁ ଚୋରି ପରେ ସେ ତାର ଇଞ୍ଜିନକୁ ଚିଲିକାରେ ବିକ୍ରି କରୁଥିଲା ଅଭିଯୁକ୍ତ । ତେବେ କେବଳ ୭ଟି ନା ଆଉ ଅଧିକ ଗାଡି ଚୋରି କେସରେ ତାର ସମ୍ପୃକ୍ତି ଅଛି , ସେନେଇ ଖୋଳତାଡ଼ ଚାଲିଥିବା କହିଛନ୍ତି ଭରତପୁର ଥାନା ଅଧିକାରୀ ।





