Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଥାନାରୁ ଖସି କୋଠ ଘରେ ବେକ କାଟିଲେ ଯୁବକ

by ସଞ୍ଜୟ ସ୍ୱାଇଁ
May 21, 2020
in Accident, Breaking
ଥାନାରୁ ଖସି କୋଠ ଘରେ ବେକ କାଟିଲେ ଯୁବକ
28
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ବାଣିଗୋଛା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ରକରି ଥାନାରେ ଅଟକ ଥିବା ଗ୍ରାମର ଜଣେ ଯୁବକ କୈାଶଳକ୍ରମେ ବାଣିଗୋଚ୍ଛା ଥାନାରୁ ଖସି ଆସି ଗ୍ରାମର କୋଠଘରେ ବେକ କାଟିଥିବା ଜଣାପଡ଼ିଛି । ସୂଚନାନୁସାରେ, ବାଣିଗୋଛା ଗ୍ରାମର ଗୈାରାଙ୍ଗ ନାୟକଙ୍କ ଘରେ ଗତକାଲି ପାରିବାରିକ କଳହ ଲାଗି ରହିଥିଲା । ଯାହାକୁ ନେଇ ପରିବାର ଲୋକ ପୁଅ ସରୋଜଙ୍କ ନାମରେ ଥନାରେ ଅଭିଯୋଗ କରିଥିଲେ । ପୁଲିସ୍ ସରୋଜଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଆଜି ପୂର୍ବାହ୍ନରେ ସରୋଜ କୈାଶଳକ୍ରମେ ଥାନାରୁ ଖସି ଯାଇଥିଲେ । ସରୋଜ ଗ୍ରାମ କୋଠଘରେ ବସିଥିବା ବେଳେ ଥାନାର ଜଣେ ଗ୍ରାମରକ୍ଷୀ ତାଙ୍କୁ ଧରିବାକୁ ଯାଇ ବାହାରୁ ସିଙ୍ଖୁଳା ଦେଇ ଦେଇଥିଲେ । କବାଟ ଖୋଲିବା ସମୟରେ ତାଙ୍କ ବେକ କଙ୍କି ସହ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିବା ଜଣାଯାଇଛି । ତାଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ବେଳେ ସେ ପାଲଟା ଗ୍ରାମରକ୍ଷୀ ଏବଂ ପୁଲିସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ ଗତକାଲି ଠାରୁ ପୁଲିସ ତାଙ୍କୁ ଥାନାରେ ଅଟକ ରଖିବା ସହ ମାରଧର କରିଥିଲେ । ଏପରିକି ସକାଳୁ ପୁଲିସ ଘାସ ବାଛିବାକୁ କହିବାରୁ ସେ ଥାନାରୁ ଖସି ଆସିଥିବା କହିଛନ୍ତି । ମଧ୍ୟାହ୍ନରେ କୋଠଘରେ ଥିବା ବେଳେ ଥାନାର ଗ୍ରାମରକ୍ଷୀ କୃଷ୍ଣ ତାଙ୍କ ବେକ କାଟି ବାହାରୁ ସିଙ୍କୁଳା ପକାଇ ଚାଲି ଆସିଥିବା ପ୍ରକାଶ କରିଛନ୍ତି । ଯାହାକୁ ବାଣିଗୋଚ୍ଛା ପୁଲିସର ଢିଲା ପଣିଆ ପଦାରେ ପଡ଼ିଛି । ଥାନାରେ ଅଟକ ଥିବା ବ୍ୟକ୍ତି କିଭଳି ଖସି ଗଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!