କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କନିଷ୍ଠ କିରାଣୀ ମାନସ ଧଳ ଭିଜିଲାନ୍ସ କବଜାରେ । ଜଣେ ଶିକ୍ଷକଙ୍କର ପେଣ୍ଡିଂ ଥିବା ଏରିୟର ଦରମା କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ କଟକ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇ ମାନସକୁ ଅଟକ ରଖାଯାଇଛି । ତାଙ୍କ ଠାରୁ ୧୦ ହଜାର ଟଙ୍କା ଉଧାର କରାଯାଇ ତଦନ୍ତ ଚାଲୁ ରହିଛି ।





