ନୟାଗଡ଼, (ବାଘୁଆବାର୍ତ୍ତା): ମାମୁଁ ଭାଣେଜି ସମ୍ପର୍କରେ କଳଙ୍କ । ନାବାଳିକା ଭାଣେଜୀକୁ ୬ ମାସର ଗର୍ଭବବତୀ କଲା ମାମୁଁ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ । ବିବାହ କରିବାକୁ ବାଧ୍ୟ କରିବାରୁ ଘରେ ନିଆଁ ଲଗାଇ ଚମ୍ପଟ ମାରିଛି ମାମୁଁ । ନାବାଳିକାର ବାପାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ମାମୁ ପୁର୍ଣ୍ଣ ତାଙ୍କ ଘରେ ଆସି ରହୁଥିଲା। ନାବାଳିକାଙ୍କ ମା’ ଦିନ ମଜୁରୀ ଭାବେ କାମ କରିବାକୁ ବାହାରକୁ ଯାଆନ୍ତି। ଘରେ ଛୋଟ ପୁଅ ଓ ନାବାଳିକା ରହିଥାନ୍ତି। ଏହି ସମୟରେ ସମ୍ପର୍କୀୟ ମାମୁ ନାବାଳିକା ସହ ଶାରୀରିକ ସଂପର୍କ ରଖି ୬ ମାସ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ନାବାଳିକା ମା’ ଏହା ଜାଣିବା ପରେ ଲୋକ ନିନ୍ଦାକୁ ଡରି କାହାକୁ କିଛି କହି ନଥିଲେ। ଝିଅକୁ ବିବାହ କରିବାକୁ ସମ୍ପର୍କୀୟ ଭାଇ ପୁର୍ଣ୍ଣକୁ କହିଥିଲେ। ପୁର୍ଣ୍ଣ ଏଥିରେ ରାଜି ହୋଇ ନଥିଲେ। ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ପୁର୍ଣ୍ଣ ଘରେ ନିଆଁ ଲଗାଇ ଦେଇ ଚମ୍ପଟ ମାରିଥିଲେ। ନୟାଗଡ଼ ଚାଇଲ୍ଡ ଲାଇନ ଏନେଇ ଖବର ପାଇବା ପରେ ନାବାଳିକା ପାଖରେ ପହଞ୍ଚିଥିଲା। ଚାଇଲ୍ଡ ଲାଇନ ପକ୍ଷରୁ ଏନେଇ ଦଶପଲ୍ଲା ଥାନାରେ ଅଭିଯୋଗ କରାଯାଇଥିଲା । ରସିକିଆ ମାମୁଁକୁ ଦଶପଲ୍ଲା ପୁଲିସ ୨୪ ଘଣ୍ଟାରେ ଧରିବାରେ ସଫଳ ହୋଇଛି । ୧୧୪/୨୩ ରେ ଅଭିଯୋଗ କରିଥିଲେ ଝିଅର ମା । ଅଭିଯୁକ୍ତ ଜଣଙ୍କ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ବାମଣ୍ଡା ଗାଁର ସୁରେନ୍ଦ୍ର ଜାନୀ ଓରଫ ପୂର୍ଣ୍ଣ।





