ଭୁବନେଶ୍ବର, (ବାଘୁଆବାର୍ତ୍ତା): ବିଜେବି କଲେଜ କ୍ୟାମ୍ପସରେ ଆତଙ୍କରାଜ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଗିରଫ ସମସ୍ତେ ଅଣଛାତ୍ର । ସେଠାକୁ ପ୍ରତିଦିନ କ୍ରିକେଟ ଖେଳିବା ପାଇଁ ଯାଆନ୍ତି । ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ କ୍ରିକେଟ ଷ୍ଟମ୍ପ, ଛୁରୀ, ଗୋଟିଏ ବାଇକ୍ ଜବତ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଶନିବାର ଏକାଧିକ ଅଣଛାତ୍ର ପାଚେରୀ ଡେଇଁ ପଡିଆ ଭିତରକୁ ଆସିଥିଲେ । ପରେ ଗଣ୍ଡଗୋଳ କରିବା ସହ ହଷ୍ଟେଲର ୩ ଜଣ ଛାତ୍ରଙ୍କୁ ଆକ୍ରମଣ କରିଥିଲେ ।





