
ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ପନ ତାହାର କରାଳ ରୂପ ଓଡ଼ିଶାରେ ଦେଖାଇବା ଆରମ୍ଭ କରିଛି । ବାତ୍ୟା ପ୍ରଭାବରେ ଉତ୍ତର ଓଙ୍ଗ଼ିଶାର ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର ପ୍ରଭୃତି ଜିଲ୍ଲାରେ ରାତି ତମାମ୍ ବର୍ଷା ଲାଗି ରହିବା ସହ ପ୍ରବଳ ବେଗରେ ପବନ ବହୁଛି । ଆଜି ଅପରାହ୍ନରେ ଦୀଘା ନିକଟସ୍ଥ ଅଂଚଳରେ ଲ୍ୟାଣ୍ଡଫଲ କରିବାକୁ ଥିବା ଏହି ବାତ୍ୟା ପାଇଁ କ୍ଷୟକ୍ଷତି ଘଙ୍କିବାର ଆଶଙ୍କା କରି ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଜିରୋ କାଜୁଆଲିଟ୍କୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ୩୦ରୁ ଉର୍ଦ୍ଧ୍ୱ ଓଡ୍ରାଫ୍ ଟିମ ପଠାଇଥିବା ବେଳେ ପୁଲିସ ଓ ସରକାରୀ କର୍ମଚାରୀମାନଙ୍କୁ ସଜାଗ ରହିବାକୁ କୁହାଯାଇଛି । ସେହିଭଳି ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ଼ ପ୍ରଭୁତି ଜିଲ୍ଲାରେ ରାତିସାରା ବର୍ଷା ପବନ ଲାଗି ରହିଛି । ଅମ୍ପନ ଲ୍ୟାଣ୍ଡଫଲ କରିବା ସମୟରେ ବାତ୍ୟାର ପ୍ରଭାବ ବଢ଼ିବା ସହ ୧୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।






