Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁନାଚେନ୍ ପାଇଁ ନବବଧୁଙ୍କୁ ମାରିଦେଲେ, ବିବାହ ନ ପୁରୁଣୁ ୨ ମାସ

by ସଞ୍ଜୟ ସ୍ୱାଇଁ
April 21, 2023
in Crime, State
ସୁନାଚେନ୍ ପାଇଁ ନବବଧୁଙ୍କୁ ମାରିଦେଲେ, ବିବାହ ନ ପୁରୁଣୁ ୨ ମାସ
40
VIEWS
Share on FacebookShare on Twitter

ବାଲିପାଟଣା, (ବାଘୁଆବାର୍ତ୍ତା): ବାଲିପାଟଣା ଅଭୟ ମୁଖି ଗ୍ରାମ ରହିତସାହିରେ ବଧୁ ହତ୍ୟା । ବିବାହର ୨ ମାସ ନ ପୁରୁଣୁ ନବବଧୁକୁ ମାରି ଦେଲେ ସ୍ୱାମୀ ସହ ଶାଶୁଘର ଲୋକେ । ସୁନା ଚେନ୍ ପାଇଁ ନବବଧୁକୁ ବାରମ୍ବାର ଶାରିରୀକ ଏବଂ ମାନସିକ ନିର‌୍ୟାତନା ଦେଉଥିଲେ ଶାଶୁଘର ଲୋକେ । ସକାଳୁ ନବ ବଧୁକୁ ହତ୍ୟା କରାଯାଇଥିବା ଖବର ଜଣାପଡ଼ିବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଥାନାରେ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି ପୋଲିସ । ସୂଚନା ଥାଉକି, ବେଦୀରେ ଅଗ୍ନିକୁ ସାଖି ରଖି ବିବାହ କରିଥିଲେ । ସଂସାର କରିବା ପାଇଁ କେତେ ସ୍ଵପ୍ନ ଦେଖିଥିଲେ । ମାତ୍ର ବିବାହ କୁ ୨ ମାସ ନ ପୁରୁଣୁ ସ୍ତ୍ରୀକୁ ହତ୍ୟା କରିଛି ସ୍ଵାମୀ । ବାଲିପାଟଣା ଥାନା ଅଭୟମୁଖି ଗ୍ରାମ ରହିତସାହିରେ ଘଟିଛି ଏଭଳି ଏକ ଘଟଣା । ଗ୍ରାମର ଚିତନ ସେଠୀ ନିଆଳି ବଡାରୋ ଗ୍ରାମର ପବିତ୍ର ସେଠୀଙ୍କ କନ୍ୟା ମାମାଲି ସେଠୀଙ୍କୁ ବୈଦିକ ରିତି ନୀତି ଅନୁସାରେ ବିବାହ କରିଥିଲେ । ଦାବି ମୁତାବକ ୭୦ ହଜାର ଟଙ୍କା ସହ ଅନ୍ୟାନ୍ୟ ଜିନିଷପତ୍ର ଦେଇଥିଲେ । ଅର୍ଥାଭାବରୁ ସୁନା ଚେନ୍ ଦେଇ ପାରିନଥିଲେ ପବିତ୍ର । ଏ ନେଇ ଝିଅ ମାମାଲିଙ୍କୁ ବାରମ୍ବାର ଶାରିରୀକ ଏବଂ ମାନସିକ ନିର‌୍ୟାତନା ଦେଇଥିଲେ ପରିବାର ଲୋକ । ଚିତନ ଆଜି ସକାଳୁ ମାମାଲିର ମୃତ୍ୟୁ ହୋଇଥିବା ପବିତ୍ରଙ୍କୁ ଖବର ଦେଇଥିଲେ । ଖବର ପାଇ ଝିଅର ବାପା-ମାଆ ରହିତ ସାହିରେ ପହଁଞ୍ଚି ଥିଲେ । ସେତେ ବେଳକୁ ମାମାଲି ନିସ୍ତେଜ ଅବସ୍ଥାରେ ଖଟରେ ପଡି ରହିଥିଲା । ମାମାଲି ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଥିଲେ । ମାତ୍ର ଝିଅକୁ ସୁନା ଚେନ୍ ପାଇଁ ମାଡ଼ମାରି ମାରି ଦେଇଥିବା ମୃତକ ବାପା, ମାଆ ଅଭିଯୋଗ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!