Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଦ୍ୟପ ଛୁରା ମାଡ଼ରେ ପୁଅ ମୃତ ଓ ବାପା ଗୁରୁତର

by ସଞ୍ଜୟ ସ୍ୱାଇଁ
April 21, 2023
in Crime, State
ମଦ୍ୟପ ଛୁରା ମାଡ଼ରେ ପୁଅ ମୃତ ଓ ବାପା ଗୁରୁତର
75
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ବାଳୁଙ୍ଗାବନ୍ଦୀ ଗ୍ରାମରେ ଅଭାବନୀୟ ଘଟଣା । ଜଣେ ମଦ୍ୟପ ଯୁବକଙ୍କ ଛୁରା ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ସେହି ଗ୍ରାମର ୨୦ ବର୍ଷୀୟ ମଦନ ମଲ୍ଲିକ ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ମଦନଙ୍କ ବାପା ସୁକାନ୍ତ ମଲ୍ଲିକ ବୋଲି ଜଣାପଡିଛି । ଆହତ ସୁକାନ୍ତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଛୁରାମାଡ କରିଥିବା ଗଣେଷ ମଲ୍ଲିକ ଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ଯାଜପୁର ରୋଡ଼ ପୋଲିସ । ସୂଚନା ମୁତାବକ ରାତି ୧୦ଟା ସମୟରେ ବାଳୁଙ୍ଗାବନ୍ଦୀ ଗ୍ରାମର ସୁକାନ୍ତ ମଲ୍ଲିକ ଦାଣ୍ଡରେ ବସିଥିବା ସମୟରେ ଗଣେଷ ମଦ୍ୟପାନ କରି ଗାଁ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ସୁକାନ୍ତ ଗଣେଶଙ୍କୁ ଗାଳିଗୁଲଜ ନକରିବାକୁ କହିବାରୁ ମଦ୍ୟପ ଗଣେଷ ସୁକାନ୍ତଙ୍କୁ ମାଡ ମାରିଥିଲେ। ଏହା ଦେଖି ସୁକାନ୍ତଙ୍କ ପୁଅ ମଦନ ଗଣେଶଙ୍କୁ ଅଟକାଇବା ସମୟରେ ଗଣେଶ ଏକ ଛୁରୀରେ ଉଭୟଙ୍କ ଉପରକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଉଭୟ ବାପ ପୁଅ ଗୁରୁତର ହୋଇପଡିଥିଲେ । ପରେ ଗ୍ରାମବାସୀ ଉଭୟ ବାପ ଓ ପୁଅଙ୍କୁ ଉଦ୍ଧାର କରି ଦାନଗଦୀ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ପୁଅ ମଦନ ମଲ୍ଲିକ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାପା ସୁକାନ୍ତ ମଲ୍ଲିକ ଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର । ସେପଟେ ଅଭିଯୁକ୍ତ ମଦ୍ୟପ ଯୁବକ ଗଣେଶ ମଳିକ ଙ୍କୁ ଯାଜପୁର ରୋଡ଼ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ଯାଜପୁର ରୋଡ଼ ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!