ନୟାଗଡ଼,(ବାଘୁଆବାର୍ତ୍ତା): ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ ସଂଖ୍ୟା ନୟାଗଡ଼ ଜିଲ୍ଲାରେ ୧୦ ରେ ପହଂଚିଥିବା ବେଳେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ବ୍ୟବସାୟୀମାନେ ଫୁ’ କରି ଉଙ୍ଗ଼ାଇ ଦେଉଥିବା ଆଲୋଚନା ହେଉଛି । କିଛିଦିନ ପରେ ସାବିତ୍ରୀ ବତ୍ର ପଡ଼ୁଥିବାରୁ ଆଜି ନୟାଗଡ଼ ସହରରେ ବ୍ୟାପକ ଜନଗହଳୀ ସୃଷ୍ଟି ହେବା ସହ ସାମାଜିକ ଦୂରତାର ଚିହ୍ନ ବର୍ଣ୍ଣ ନଥିବା ଦେଖା ଯାଇଥିଲା । ସୂଚନାନୁସାରେ, ନୟାଗଡ଼ ସହରରେ ହାତଗଣତି ବଡ଼ ସପିଂମଲ୍ ଥିବା ବେଳେ ମଧ୍ୟମ ଧରଣର ସପିଂମଲ ଓ ରେଡିମେଟ ଗାରର୍ମେଣ୍ଟର ରହିଛି । ଏହି ସବୁ ମଲ ଓ ଗାରମେଣ୍ଟ ଦୋକାନ ବନ୍ଦ ରଖିବାକୁ କୁହାଯାଇଛି । ମାତ୍ର ନିୟମନୁସାରେ ବନ୍ଦ କରାଯାଇଥିବା ମଲ ଗୁଡ଼ିକ ସଟର ପକାଇ ମଧ୍ୟ ଭିତରେ ଗ୍ରାହକଙ୍କୁ ଭର୍ତ୍ତୀ କରି ଅନ୍ୟାୟାସରେ କାରବାର ଚଳାଇବା ସହ ବେଶ ଗହଳୀ ଜମାଇଥିଲେ । କିଛି ବ୍ୟବସାୟ ପ୍ରତିଷ୍ଠାନ ପଛପାଖ ଗେଟ୍ ଖୋଲି ପୈାର କର୍ମଚାରୀ ସହଯୋଗରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଅଣଦେଖା କରୁଥିବା ଜଣାଯାଇଛି । ସେହିଭଳି ସହରରେ ଥିବା ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ଦୋକାନ ସବୁ ଦିନ ୧ଟାରେ ବନ୍ଦ ହେବା ପରିବର୍ତ୍ତେ ଆଜି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲା ରହିଥିଲା । ଏପରିକି କେତେକ ଫଳ ଓ ଉଠା ଦୋକାନ ୪ଟା ପର୍ଯ୍ୟନ୍ତ ଖୋଲାଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ପୁଲିସ ପକ୍ଷରୁ ସାଇରନ୍ ଦିଆଯାଇ ଦୋକାନ ବନ୍ଦ କରାଯାଉଥିବା ବେଳେ ଆଜି ବଜାରରେ ପୁଲିସ କର୍ମଚାରୀଙ୍କ ଦେଖା ମିଳିନଥିଲା । ସେହିଭଳି ପୈାର ପରିଷଦ ପକ୍ଷର୍ୁ ମଧ୍ୟ କୈାଣସି କଟକଣା ଲଗାଯାଇନଥିବା ଜଣାଯାଇଛି । ଯାହାକୁ ନେଇ ଏହି ସମୟରେ ସାବିତ୍ରୀ ବଜାରରୁ କରୋନା ଅଫର୍ ମିଳିବ ବୋଲି ଆଲୋଚନା ହେଉଛି । ଜିଲ୍ଲାରେ କରୋନା ପରିସ୍ଥିତି ବେଳକୁ ବେଳ ଭୟାବହ ଆଡ଼କୁ ଗତି କରୁଥିବା ବେଳେ ଜନସାଧାରଣ, ବ୍ୟବସାୟୀ, ପ୍ରଶାସନ ଓ ପୁଲିସ ଏଥିପ୍ରତି ଯଥେଷ୍ଟ ସଚେତନ ହେବାର ଆବଶ୍ୟକତା ରହିଛି ।






