ବରଗଡ, (ବାଘୁଆବାର୍ତ୍ତା): ବନ୍ଦ କୋଠରୀରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବରଗଡ ଜିଲ୍ଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତଦେହ ମିଳିବାର କାରଣ ଅସ୍ପଷ୍ଟ ରହିଛି । ତେବେ ତିନି ମୃତକ ହେଲେ ଟଙ୍କଧର ସାହୁ ଓ ଦୁଇ ସ୍ତ୍ରୀ ଦ୍ରୌପଦୀ ସାହୁ ଓ ମାଧବୀ ସାହୁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି । ତେବେ ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।





