ଧର୍ମଗଡ, (ବାଘୁଆବାର୍ତ୍ତା): ପ୍ରେମରେ ଧୋକା ପରେ ଆତ୍ମହତ୍ୟା । ଅଲଗା ଜାତିର ପ୍ରେମର କରୁଣ ଚିତ୍ର । ପ୍ରେମିକ ବାହା ହେବା ପାଇଁ ମନା କରିବା ସହିତ ବିଷ ଦେଇ ପ୍ରେମିକାକୁ ମାରିଥିବା ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ନୁଣାପାଣି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ବେହେରା ପଞ୍ଚାୟତ ନୁଣାପାଣି ଗାଁରେ ଜଣେ ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ ଦୁଇ ବର୍ଷରୁ ପ୍ରେମ ସମ୍ପର୍କ ଥିଲା । ଯୁବକ ଜଣଙ୍କ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଏହି ବିଷୟରେ ଦୁଇ ପରିବାର ମଧ୍ୟ ଜାଣିଥିଲେ । ଯେହେତୁ ଦୁଇ ଜଣ ଭିନ୍ନ ଜାତିର ହୋଇଥିବାରୁ ପରିବାର ଲୋକେ ଯୁବତୀଙ୍କୁ ଗ୍ରହଣ କରିବା ପାଇଁ ମନା କରିଦେଇଥିଲେ । ଫଳରେ ପରିବାରବର୍ଗ ଯୁବତୀଙ୍କୁ ବାହା ହେବାକୁ ଯୁବକଙ୍କୁ ମନାକରିବା ସହ ଭୁଲି ଯିବାକୁ କହି ଆସୁଥିଲେ । ଯୁବତୀ ଜଣଙ୍କ ଯୁବକଙ୍କୁ ବାହା ହେବା ପାଇଁ ଜିଦ୍ ଧରିଥିଲେ । ଯୁବକ ଜଣଙ୍କ ବାହା ହେବା ପାଇଁ ମନା କରିବା ପରେ ଯୁବତୀଙ୍କୁ ବିଷ ପିଇ ମରିଯିବା ପାଇଁ କହି ବିଷ ଆଣି ଦେଇଥିଲେ । ଯୁବତୀ ଏହି ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ଜଣାଇଥିଲେ ଏବଂ ଯୁବକଙ୍କୁ ଘରକୁ ଯାଇ ବିଷ ପିଇ ଦେଇଥିଲେ । ଯୁବତୀଙ୍କୁ ଯୁବକଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ଧର୍ମଗଡ ହସ୍ପିଟାଲ ପରେ ଭବାନୀପାଟଣା ହସ୍ପିଟାଲକୁ ନେଇ ଯାଇଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବା ପରେ ବୁର୍ଲା ହସ୍ପିଟାଲକୁ ରେଫର କରାଯାଇଥିଲା । ସେଠାରେ ଯୁବତୀଙ୍କ ମୃତ୍ୟୁ ହେବା ପରେ ମୃତଦେହ ଗାଁକୁ ଅଣାଯାଇଛି । ମୃତଦେହ ଗାଁକୁ ଆସିବା ପରେ ଯୁବକଙ୍କ ଯୋଗୁଁ ତାଙ୍କ ଝିଅର ମୃତ୍ୟୁ ହୋଇଛି ଏଥିପାଇଁ ତାଙ୍କୁ ଗିରଫ କରାଯାଉ ବୋଲି ମୃତଦେହ ରଖି ଯୁବକଙ୍କ ଘର ସାମ୍ନାରେ ବସିଛନ୍ତି । ଘଟଣାସ୍ଥଳରେ କୋକସରା ପୋଲିସ ପହଁଚି ତଦନ୍ତ କରୁଛି ।





