ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ସମୟରେ ମଧ୍ୟ ନୟାଗଡ଼ ଜିଲ୍ଲାର ଉପାନ୍ତ ଅଂଚଳରେ ପ୍ରଶାସନ ପହଂଚିବାକୁ ସମର୍ଥ ହୋଇ ପାରୁନଥିବା ବେଳେ ଆଜି ଭାରତୀୟ ଯୁବ ମୋର୍ଚ୍ଚା ପକ୍ଷରୁ ନୟାଗଡ଼ ଜିଲ୍ଲା ବାଣ୍ଠପୁର ପଂଚାୟତ ଅନ୍ତର୍ଗତ ନେପାଳ ଗ୍ରାମରେ ରନ୍ଧା ଖାଦ୍ୟ, ମାସ୍କ ସାବୁନ ବଣ୍ଟନ କରାଯାଇଛି । ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଗ୍ରାମରେ ପହଂଚି ଗ୍ରାମବାସୀଙ୍କୁ କରୋନା ମହାମାରୀ ଭୟାବହତା ଉପରେ ସଚେତନ କରିବା ସହ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଅଚ୍ୟୁତନନ୍ଦ ପଣ୍ଡା, କୃଷକ ମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ ।






