କରଞ୍ଜିଆ, (ବାଘୁଆବାର୍ତ୍ତା): ଆନ୍ତ ରାଜ୍ୟ ATM ଲୁଟେରା ଗ୍ୟାଙ୍ଗ ଗିରଫ । ଆଗରୁ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସୋନୁ ଆଲାମ୍ କୁ ପାଟନା ରୁ ଯଶୀପୁର ପୋଲିସ୍ ଗିରଫ କରିଥିଲା । ଏବେ ସେହି ଗ୍ୟାଙ୍ଗ ର ଅସଲମ୍ ସଲମାନ୍ ନାମରେ ଆଉ ଜଣଙ୍କୁ ରାଜସ୍ଥାନର ନାଉଗାଓଁ ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ତେବେ ଗିରଫ ପରେ ଅଭିଯୁକ୍ତ ନିକଟରୁ ଦୁଇଟି ଗ୍ୟାସ୍ ସିଲିଣ୍ଡର୍, ଗୋଟିଏ ଗ୍ୟାସ୍ କଟର ,ନଗଦ ପଚାଶ ହଜାର ଟଙ୍କା ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଛି । ଏହି ଗ୍ଯାଙ୍ଗରେ ଆହୁରି ୫ ଜଣ ସଂପୃକ୍ତ ଥିବା ପୋଲିସ କହିଛି । ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କରଞ୍ଜିଆ SDPO ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ୧୭ ତାରିଖ ବିଳମ୍ବିତ ରାତିରେ ଯଶୀପୁର ନିକଟ ଧୋବାଡିହା ଠାରେ ଥିବା ଏକ SBI ATM କୁ ଗ୍ୟାସ୍ କଟର ସାହାଯ୍ୟ ରେ କାଟି ୨୬ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିଲେ ଏହି ଲୁଟେରା ଗ୍ୟାଙ୍ଗ ।





