Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ଲକ୍ଷ ପାଇଁ ଯୌତୁକ ଜୁଇରେ ନବ ବଧୂ, ଗୋଟିଏ ମାସ ଗଲାନି ସଂସାର

by ସଞ୍ଜୟ ସ୍ୱାଇଁ
April 17, 2023
in Crime, State
ଦୁଇ ଲକ୍ଷ ପାଇଁ ଯୌତୁକ ଜୁଇରେ ନବ ବଧୂ, ଗୋଟିଏ ମାସ ଗଲାନି ସଂସାର
348
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ହାତରୁ ମେହେନ୍ଦି, ପାଦରୁ ଅଳତା ଲିଭିନଥିଲା। ଗତ ମାସ ୧୧ ତାରିଖରେ ବିବାହ ହୋଇଥିଲା। ହେଲେ ବିବାହର ୨୫ ଦିନ ପରେ ଯୌତୁକ ଜୁଇରେ ଏହି ନବ ବଧୂଙ୍କ ଜୀବନ ଯାଇଛି। ଢେଙ୍କାନାଳ ଜିଲ୍ଲାର ସଦରଥାନା ଅନ୍ତର୍ଗତ ଝୁମ୍ପୁଡିଆ ଗାଁରେ ଘଟିଛି ଏଭଳି ଘଟଣା। ଏହି ନବ ବଧୂ ଜଣକ କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା ପତଣ୍ଡା ଗ୍ରାମର ପ୍ରଦୀପ ପଟ୍ଟନାୟକଙ୍କ ଝିଅ ଲକ୍ଷ୍ମୀପ୍ରିୟା ପଟ୍ଟନାୟକ। ତାଙ୍କୁ ଯୌତୁକ ନିର‌୍ୟାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ଭାପୁର ଫାଣ୍ଡି ପୁଲିସ ମାମଲା ରୁଜୁ କରିବା ପରେ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଦେବୀ ପ୍ରସାଦ ମହାନ୍ତିଙ୍କ ସମେତ ତାଙ୍କ ବାପାଙ୍କୁ ଗିରଫ କରିଛି। ଆଗକୁ ଦେବୀଙ୍କ ମା’ଙ୍କୁ ମଧ୍ୟ ଗିରଫ କରାଯିବ ଓ ଯୌତୁକ ଜିନିଷ ଜବତ କରାଯିବ ବୋଲି ପୁଲିସ କହିଛି। ଅଭିଯୋଗ ମୁତାବକ, ଢେଙ୍କାନାଳ ସଦର ଥାନା ଝୁମ୍ପୁଡିଆ ଗ୍ରାମର ଦେବୀ ପ୍ରସାଦ ମହାନ୍ତି ବୈଦିକ ରୀତିନୀତିରେ ଖୁବ୍ ଧୁମ୍‌ଧାମ୍‌ରେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ। ସବୁ କନିଆଙ୍କ ଭଳି ଲକ୍ଷ୍ମୀପ୍ରିୟା ମଧ୍ୟ ସୁନ୍ଦର ସଂସାର ଗଢ଼ିବାକୁ ସ୍ୱପ୍ନ ନେଇ ଆସିଥିଲେ। ହେଲେ ଦଶ ମଙ୍ଗଳା ଯାଇନି ସବୁ ଓଲଟପାଲଟ ହୋଇଯାଇଥିଲା। ଶାଶୁଘର ଲୋକେ ୨ ଲକ୍ଷ ଟଙ୍କା ଅଧିକ ଯୌତୁକ ମାଗିଥିଲେ। ବାହାଘର ବେଳେ ଲକ୍ଷେ ଟଙ୍କା ଦିଆଯାଇଥିବାରୁ ଆଉ ଟଙ୍କା ଦେବାକୁ ସମୟ ମାଗିଥିଲେ ଲକ୍ଷ୍ମୀପ୍ରିୟାଙ୍କ ବାପା। ହେଲେ ସମୟ ନଦେଇ ଓଲଟା ଲକ୍ଷ୍ମୀପ୍ରିୟାଙ୍କ ଉପରେ ଶାଶୁ ଘର ଲୋକେ ଯୌତୁକ ଟଙ୍କା ଦେବାକୁ ଚାପ ପକାଉଥିଲେ। ଚଳିତ ମାସ ୬ ତାରିଖରେ ଏନେଇ କଥା ହେବାର କିଛିଘଣ୍ଟା ପରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ଖବର ପାଇଥିଲେ ବାପଘର ଲୋକେ। ପରେ ଶରୀରରେ କ୍ଷତ ଚିହ୍ନ ଦେଖି ଜ୍ୱାଇଁ ଓ ଶାଶୁଘର ଲୋକେ ଲକ୍ଷ୍ମୀଙ୍କୁ ଯୌତୁକ ନିର‌୍ୟାତନା ଦେଇ ବାଡେଇ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିଲେ। ଅକାଳ ଦୁଃଖରେ ଭାଙ୍ଗି ପଡ଼ିଥିବା ଲକ୍ଷ୍ମୀଙ୍କ ବାପା ପ୍ରଦୀପ ପଟ୍ଟନାୟକ ଓ ପ୍ରତିମା ପଟ୍ଟନାୟକ କହିଛନ୍ତି, ଝିଅର ଶାଶୁଘର ଲୋକେ ବିବାହର ୧୦ ଦିନ ପରେ ଆଉ ଦୁଇ ଲକ୍ଷ ଟଙ୍କା ମାଗିଥିଲେ। ଜମି ବିକି ଟଙ୍କା ଦେବେ ବୋଲି ସେ ମଧ୍ୟ ଝିଅର ଶାଶୁଘର ଲୋକଙ୍କୁ କହିଥିଲେ। ଏଥିପାଇଁ କିଛିଦିନ ସମୟ ମାଗିଥିଲେ। ହେଲେ ଏହା ଭିତରେ ଝିଅକୁ ଯୌତୁକ ନିର‌୍ୟାତନା ଦେଇ ଅତି ନୃଂଶସ ଭାବେ ହତ୍ୟା କରିଛନ୍ତି ଜ୍ୱାଇଁ ଓ ତାର ଶାଶୁଘର ଲୋକେ। ଜ୍ୱାଇଁ ବିଭିନ୍ନ ପ୍ରକାର କାମ କରୁଥିବା ମଧ୍ୟସ୍ଥି ଜରିଆରେ ମିଛ କହି ଏହି ବାହାଘର କରାଯାଇଥିଲା। ଯାହା ପରେ ଜଣାପଡ଼ିଥିଲା। ତେଣୁ ଏଥିରେ ସମ୍ପୃକ୍ତ ମଧ୍ୟସ୍ଥିଙ୍କ ସମେତ ଜ୍ୱାଇଁ ଓ ଶାଶୁଘର ଲୋକଙ୍କୁ କଠୋର ଶାସ୍ତି ଦିଆଯାଉ। ଫଳରେ ଝିଅର ଆତ୍ମାକୁ ଶାନ୍ତି ମିଳିବ। ଏ ନେଇ ଭାପୁର ଫାଣ୍ଡି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫଦାରୀ ଆରମ୍ଭ କରିଦେଇଛି। ତେବେ ଆଠଗଡ ଡାକ୍ତରଖାନାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଆହୁରି ସ୍ପଷ୍ଟ ହେବ ବୋଲି ସଦର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!