Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖରିଫ୍‌ରେ ମୋଟ ୯୬ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ : ମନ୍ତ୍ରୀ ଡ. ସାହୁ

by Anil Panda
May 18, 2020
in Feature News
ଖରିଫ୍‌ରେ ମୋଟ ୯୬ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ : ମନ୍ତ୍ରୀ ଡ. ସାହୁ
26
VIEWS
Share on FacebookShare on Twitter

ଭୂବନେଶ୍ୱର, (ବାଘୁଆବାର୍ତ୍ତା) : କୃଷି ରାଜ୍ୟ ଅର୍ଥନୀତିର ମୂଳ ଆଧାର ହୋଇଥିବାରୁ ଏବଂ ରାଜ୍ୟର ଏକ ବୃହତ୍‌ ଲୋକସଂଖ୍ୟା କୃଷି ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିବାରୁ କୋଭିଡ୍‌-୧୯ ପରି ଏକ ଅସ୍ୱାଭାବିକ ପରିସ୍ଥିତିରେ କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଚଳିତ ୨୦୨୦ ବର୍ଷର ରାଜ୍ୟରେ ଖରିଫ୍‌ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିବା ପାଇଁ ଆଜି ପୂର୍ବାହ୍ନରେ ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନଠାରେ ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ କୃଷି ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକ୍‌ସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଯୋଗଦାନ କରିଥିଲେ । କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ପରିସ୍ଥିତିରେ କୃଷି କ୍ଷେତ୍ରକୁ କି୍ରୟାଶୀଳ କରିବା ପାଇଁ ଉପଯୁକ୍ତ ଫସଲ ଯୋଜନା ସହ କୃଷି ସଂପ୍ରସାରଣ ଓ ସଠିକ୍‌ ବଜାର ସଂଯୋଗୀକରଣ ପାଇଁ ଗୁରୁତ୍ୱ ଦେଇ ଖରିଫ୍‌ ଚାଷ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ରାଜ୍ୟରେ ପ୍ରାୟ ୭୦ ଭାଗ ଲୋକ ଜୀବିକା ଉପାର୍ଜନ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷରେ କୃଷି ଉପରେ ନିର୍ଭର କରିଥିବାରୁ ଏହି ଆପଦକାଳୀନ ସ୍ଥିତିରେ କୃଷି ହିଁ ଏକମାତ୍ର ଆଲୋକର ଶିଖା ରୂପେ ଦେଖାଦେଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୫ ‘ଟି’ ଆଧାରରେ ସମସ୍ତ ପ୍ରକାରର କୃଷିକାର୍ଯ୍ୟ ଆଗେଇନେବା ସହିତ କୌଣସି ପ୍ରକାର ଅପ୍ରତ୍ୟାଶିତ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି । ଚାଷୀମାନଙ୍କ ନିକଟରେ ପହଞ୍ଚିବା ପାଇଁ ସୋସିଆଲ୍‌ ମିଡ଼ିଆ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ ପ୍ରତ୍ୟେକ ପଞ୍ଚାୟତରେ ୧୦୦ରୁ ୨୦୦ କୃଷକଙ୍କୁ ନେଇ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ଗଠନ କରାଯାଇଛି । କୃଷି ସମ୍ବନ୍ଧୀୟ ସୂଚନା, ବିଭାଗୀୟ ବାର୍ତ୍ତା ଓ ପରାମର୍ଶ ତଥା ଭିଡ଼ିଓ କ୍ଲିପ୍‌ ମାଧ୍ୟମରେ ଚାଷୀମାନଙ୍କୁ ଆବଶ୍ୟକୀୟ ସୂଚନା ଦିଆଯାଉଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଛନ୍ତି । ଚଳିତ ଖରିଫ୍‌ରେ ମୋଟ ୯୬ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଖରିଫ୍‌ ଋତୁରେ ଆମ ରାଜ୍ୟରେ ୬୧.୮୦ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ ହୋଇଥାଏ । ସେଥିମଧ୍ୟରୁ ମୁଖ୍ୟ ଫସଲ ଧାନ ୩୬.୫୦ ଲକ୍ଷ ହେକ୍ଟରରେ ଚାଷ କରାଯିବା ପାଇଁ ଯୋଜନା ରହିଛି । ଅନ୍ୟ ମୁଖ୍ୟ ଫସଲ ହିସାବରେ ମୁଗ, ବିରି ଓ ହରଡ଼ ଆଦି ଡାଲିଜାତୀୟ ଫସଲ ୮ ଲକ୍ଷ ହେକ୍ଟରରେ ଚାଷ କରାଯିବ । ରାଶି, ଚିନାବାଦାମ ଭଳି ତୈଳବୀଜ ଫସଲ ୩.୮୧ ଲକ୍ଷ ହେକ୍ଟରରେ ଚାଷ କରାଯିବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ମକା ଫସଲ ଉଚ୍ଚ ଜମିରେ ଏକ ପ୍ରମୁଖ ଫସଲ ଏବଂ ଏହା ୨.୭୦ ଲକ୍ଷ ହେକ୍ଟରରେ ଚାଷ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି । କପା ମଧ୍ୟ ଉଚ୍ଚ ଜମିରେ ଏକ ଲାଭଜନକ ଫସଲ ଏବଂ ଚଳିତ ବର୍ଷ ୧.୮୦ ଲକ୍ଷ ହେକ୍ଟର ଜମିରେ କପା ଚାଷ କାର୍ଯ୍ୟକ୍ରମ ରହିଛି । ସେହିଭଳି ବିଭିନ୍ନ ପନିପରିବା ୫.୬୦ ଲକ୍ଷ ହେକଫରରେ ଚାଷ ହେବାର ଲକ୍ଷ୍ୟ ରହିଛି । ଓଡ଼ିଶାରେ ଚଳିତ ଖରିଫ୍‌ ଋତୁରେ ୪.୫ ଲକ୍ଷ କ୍ୱିଣ୍ଟାଲ୍‌ ଧାନ ବିହନ ଓ ୧.୦୭ ଲକ୍ଷ କ୍ୱିଣ୍ଟାଲ ଅନ୍ୟାନ୍ୟ ବିହନ ଉତ୍ପାଦନ ଓ ଯୋଗାଣ ଲକ୍ଷ୍ୟ ରହିଛି । ଫଳ, ପନିପରିବା ଓ ଫୁଲ ଚାଷ ଭଳି ଅର୍ଥକାରୀ ଫସଲ ଚାଷ ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉଭୟ ଋଣୀ ଓ ଅଣଋଣୀ କୃଷକମାନଙ୍କ ପାଇଁ ଇଚ୍ଛାଧୀନ କରାଯାଇଛି । ଚଳିତ ଖରିଫ୍‌ ଋତୁରେ ୧୦ ଲକ୍ଷ ଅଣଋଣୀ କୃଷକଙ୍କ ସମେତ ସମୁଦାୟ ୨୫ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରିବା ସହିତ ଫସଲ ଆୟତନର ଶତକଡ଼ା ୪୦ ଭାଗ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଗତବର୍ଷ ଖରିଫ୍‌ ଋତୁରେ ୭୩୩୦.୫୬ କୋଟି ଟଙ୍କାର ଫସଲ ଋଣ ୧୭ ଲକ୍ଷ ୯୧ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବାବେଳେ ଚଳିତ ୨୦୨୦ ଖରିଫ୍‌ ଋତୁରେ ୭୫୦୦ କୋଟି ଟଙ୍କାର ଫସଲ ଋଣ ଚାଷୀମାନଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ବୈଠକରେ ପ୍ରକାଶ । ଏହି ଅବସରରେ ମନ୍ତ୍ରୀ ଡ. ସାହୁ ‘ଖରିଫ୍‌ କାର୍ଯ୍ୟକ୍ରମ-୨୦୨୦’ ପୁସ୍ତିକା ଉନ୍ମୋଚନ କରିଥିଲେ । ବୈଠକରେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ୍‌, କୃଷି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!