ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅନଲାଇନ୍ ଚିଟଫଣ୍ଡ ମାମଲା । କେରଳକୁ ଜଣଙ୍କୁ ଗିରଫ କଲା ଓଡିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତଙ୍କ ନାମ ପି, ଦିଲ୍ଲୀପ ବୋଲି ଜଣାପଡିଛି । ୧୯ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗରେ କେରଳରୁ ପି. ଦିଲ୍ଲୀପ କୁମାରକୁ ଗିରଫ କରିଛି EOW ଟିମ୍ । ଠକ କଂପାନୀ ମାଧ୍ୟମରେ ପି. ଦିଲ୍ଲୀପ ୧୯ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରିଛି । ବ୍ରହ୍ମପୁର OPID କୋର୍ଟରେ ହାଜର ପାଇଁ ଟ୍ରାଞ୍ଜିଟ ରିମାଣ୍ଡରେ ଅଭିଯୁକ୍ତକୁ ଅଣାଯାଉଛି । ବିଭିନ୍ନ ଗେମିଂ ଆପରେ ଲୋକଙ୍କୁ ଠକୁଥିଲା ପି. ଦିଲ୍ଲୀପ।





