ବାଲେଶ୍ଵର, (ବାଘୁଆବାର୍ତ୍ତା): ବାଲେଶ୍ଵର ସାଇବର ଥାନାରେ ଏକ ଅଭିଯୋଗ ମୂଳେ ୨ ଗିରଫ। ଅଭିଯୁକ୍ତ ଦୁଇ ଯୁବକ ବିଟେକ୍ ଗ୍ରାଜୁଏଟ ଏମାନଙ୍କ ଘର ଯାଜପୁର ଅଂଚଳର। ଦୁଇ ଅଭିଯୁକ୍ତଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୧୨ଟି ଅଭିଯୋଗ ରହିଛି। ଦୁଇ ଅଭିଯୁକ୍ତ ଲୋକଙ୍କୁ ବିଭିନ୍ନ ଘରୋଇ ଓ ସରକାରୀ କଲେଜରେ ଏମବିବିଏସ, ବିଟେକରେ ଆଡ଼ମିଶନ କରାଇ ଦେବେ କହି ୨ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲେ। ବାଲେଶ୍ଵରର ଜଣେ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ମୂଳେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦୁଇ ଅଭିଯୁକ୍ତଙ୍କ ୫ଟି ଆକାଉଣ୍ଟ ଚିହ୍ନଟ ହୋଇଛି। ଏହା ସହିତ ଅଭିଯୁକ୍ତଙ୍କଠାରୁ ଏକାଧିକ ଏଟିଏମ୍ କାର୍ଡ, ୪ଟି ସ୍ମାର୍ଟ ଫୋନ୍ ଓ ସେମାନଙ୍କ ଆଧାର କାର୍ଡ ଜବତ କରାଯାଇଛି।





