ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଥାନା ପକ୍ଷରୁ ଚଢ଼ଉ କରାଯାଇ ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରାଯାଇଛି । ଝିଅ ପିଲା ଦେଖି ସେମାନଙ୍କଠାରୁ କଳା ପଲ୍ସରରେ ଆସି ମୋବାଇଲ ଲୁଟ କରୁଥିଲେ । ସୁଚନାନୁସାରେ ଦଶପଲ୍ଲା ଥାନା ମହାନ୍ତି ସାହିର ପୂର୍ଣ୍ଣଚନ୍ଦ୍ର ରାଉଳଙ୍କ ପୁଅ ମହାବୀର ପ୍ରସାଦ ରାଉଳ (ଗୁଗୁଲ) ଓ ଦଶପଲ୍ଲା ଥାନା ଉତ୍ତର କବାଟ ସାହିର ଆନନ୍ଦ ଚନ୍ଦ୍ର ବେହେରାଙ୍କ ପୁଅ ସନ୍ତୋଷ କୁମାର ବେହେରା ଦୁହେଁ ମିଶି ମୋବାଇଲ ଲୁଟ କରୁଥିଲେ । ଆଜି ଦଶପଲ୍ଲା ପୁଲିସ ପଞ୍ଝାରେ ଦୁଇ ଲୁଟେରା ପଡିଯାଇଥିଲେ । ସେମାନଙ୍କ ଠାରୁ ବାଇକ ସହ ମୋବାଇଲ ଜବତ କରାଯାଇଛି । ଦଶପଲ୍ଲା ଥାନାରେ ୧୦୮/୨୦୨୩ ରେ ମାମଲା ରୁଜ କରାଯାଇ କୋର୍ଟ ଫରୁଓାର୍ଡ କରାଯାଇଥିବା ସୁଚନା ଦେଇଛନ୍ତି ଥାନା ଅଧିକାରୀ ବସନ୍ତ କୁମାର ସାହୁ ।





