ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାଜଜ୍ କୋର୍ଟ ପରିସରରେ ଆଜି କରୋନା ମୁକାବିଲା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋର୍ଟକୁ ବିଭିନ୍ନ ମାମଲାରେ ହାଜର ତଥା କାମରେ ଆସୁଥିବା ଲୋକଙ୍କ ଉଦ୍ଦେଶ୍ୟରେ କୋର୍ଟ ପରିସରରେ ହାତଧୁଆ ମେନିସ୍ ଓ ସାନିଟାଇଜର୍ ବ୍ୟବସ୍ଥା କରାଯାଇଛି । ଆଜି ଜିଲ୍ଲା ଜଜ୍ ଗୋପାଳ ଚନ୍ଦ୍ର ପଟ୍ଟନାୟକ କୋର୍ଟ ପରିସରରେ ଗ୍ରହଣ କରାଯାଇଥିବା ବ୍ୟବସ୍ଥାକୁ ବୁଲି ଦେଖିବା ସହ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ସଂମ୍ପର୍କରେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କୋର୍ଟ କର୍ମଚାରୀଙ୍କ ସମେତ, ଆଇନଜୀବୀ ଓ ମାଜିଷ୍ଟେଡମାନେ ଉପସ୍ଥିତ ରହିଥିଲେ ।






