ନୟାଗଡ଼, (ବାଘୁଆବାର୍ତ୍ତା): ମାର୍ଚ୍ଚ ମାସ ୯ ତାରିଖ ରାତିରେ ଟାକରା ପଞ୍ଚାୟତ ବୁଗୁଡ଼ା ସରୋଜ ବିଶି ହତ୍ୟାକଣ୍ଡ ଘଟିଥିଲା । ଦଶପଲ୍ଲା ଥାନା ଟ।କରା ପଞ୍ଚାୟତ ଅଧିନସ୍ଥ ବୁଗୁଡ଼ା ଗ୍ରାମର ସରୋଜ ବିଶିଙ୍କୁ କିଛି ଦୁବୃର୍ତ୍ତ ପିଟି ପିଟି ହତ୍ୟା କରିଥିଲେ । ବୁଗୁଡ଼ା କନ୍ୟାଶ୍ରମ ସମ୍ମୁଖ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ରାଜପଥ କଡ ଝୁମ୍ପୁଡ଼ି ଘରୁ କ୍ଷକ୍ତାକ୍ତ ଶବ ଉଦ୍ଧାର କରାଯାଇଥିଲା । ଘଟଣାର ପୂର୍ବଦିନ ମୃତକ ସରୋଜ ସ୍ଥାନୀୟ ବାଙ୍କତଳ। ଗ୍ରାମକୁ କୁଣିଆ ଆସିଥିବା ଜନୈକ ଯୁବକଙ୍କ ବାଇକକୁ ଭଙ୍ଗାରୁଜା କରିଥିଲେ । ସେହି ଗ୍ରାମର କିଛି ଯୁବକ ତାକୁ ସଂଘବଦ୍ଧ ଭାବରେ ନିସ୍ତୁକ ମାଡ଼ ମାରିଥିଲେ । ମାଡ଼ରେ ରକ୍ତାକ୍ତ ସରୋଜ ଗୁରୁତର ଭାବରେ ଆହତ ହୋଇଥିବା ଓ ମାଡ଼ ପରବର୍ତ୍ତୀ ସମୟରୁ ମୃତକକୁ ଘରୁ ଆଉ ବାହାରି ନଥିବା ଦେଖାଯାଇଥିଲା । ଘର ବନ୍ଦ ଥିବା ନେଇ ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ । ଉଦ୍ଧାର ଶବ ଦେହରେ ଓ ମୁଁହରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଘଟଣାର ମାସେ ପରେ ପୁଲିସ ଆଜି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ନେଳିଗୁଡ଼ାର ଶୁକ୍ରସେନ ନାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ନାୟକ । ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପୁଲିସ କୈାଣସି ସୁତ୍ରରୁ ଖବରପାଇ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରିଥିବା ବେଳେ ସେ ସବୁ ସତ ସ୍ୱୀକାର କରିଥିବା ସୂଚନା ମିଳିଛି ।





