Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିର୍ବାଚନ ପୂର୍ବରୁ ଜବତ ହେଲା କୋଟିଏ ଟଙ୍କା, ଆଗକୁ କେତେ?

by ସଞ୍ଜୟ ସ୍ୱାଇଁ
April 14, 2023
in Crime, NATIONAL NEWS
ନିର୍ବାଚନ ପୂର୍ବରୁ ଜବତ ହେଲା କୋଟିଏ ଟଙ୍କା, ଆଗକୁ କେତେ?
323
VIEWS
Share on FacebookShare on Twitter

ବେଙ୍ଗାଲୁରୁ, (ବାଘୁଆବାର୍ତ୍ତା): ମେ’ ୧୦ରେ ଭୋଟ ଦେବାକୁ ଯାଉଥିବା କର୍ଣ୍ଣାଟକାରୁ ଏବେ ନୋଟ ଜବତ ହେବା ଆରମ୍ଭ ହୋଇ ଯାଇଛି। ଆଜି ବେଙ୍ଗାଲୁରୁ ପୁଲିସ୍ ୨ ଜଣ ବ୍ୟକ୍ତିଙ୍କ ଠାରୁ ନଗଦ ୧ କୋଟି ଟଙ୍କା ଜବତ କରିଛି। ଦୁଇ ଜଣ ଯାକ ଏତେ ଟଙ୍କା କେଉଁଠୁ ଆଣିଲେ ଓ କୁଆଡ଼େ ନେଉଥିଲେ, ସେକଥା ଜଣାପଡ଼ିଛି। ସିଟି ମାର୍କେଟ ନିକଟରେ ଗୋଟିଏ ଅଟୋ ମଧ୍ୟରୁ ଏତେ ପରିମାଣର ନଗଦ ଟଙ୍କା ଜବତ ହେବା ସମସ୍ତଙ୍କୁ ଚକିତ କରିଛି। ମିଳିଥିବା ସୂଚନା ଅନୁସାରେ, ସୁରେଶ ଓ ପ୍ରବୀଣ ଅଟୋରେ ନଗଦ ୧ କୋଟି ଟଙ୍କା ନେଇ ଯାଉଥିଲେ ମଧ୍ୟ କାହାକୁ ଏ ସମ୍ପର୍କରେ କିଛି ବି ସୂଚନା ମିଳି ନଥିଲା। ତେବେ ସିଟି ମାର୍କେଟ ନିକଟରେ ହଠାତ୍ ସେମାନଙ୍କ ଅଟୋ ଖରାପ ହୋଇଯାଇଥିଲା। ରାସ୍ତା ଉପରେ ଗାଡ଼ି ଖରାପ ହୋଇଯିବାରୁ ଜଣେ ଟ୍ରାଫିକ ପୁଲିସ୍ ସେଠାରେ ପହଞ୍ଚି କ’ଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ। ଟ୍ରାଫିକ ପୁଲିସ୍‌କୁ ଦେଖି ଉଭୟ ବିଚଳିତ ହୋଇପଡ଼ିଥିଲେ। ସେମାନଙ୍କର ସନ୍ଦେହଜନକ ବ୍ୟବହାର ଦେଖି ଟ୍ରାଫିକ ପୁଲିସ୍ ଜଣଙ୍କ ତୁରନ୍ତ ଏସଜଜେପି ପାର୍କ ପୁଲିସ୍ ଷ୍ଟେସନକୁ ଖବର ଦେଇଥିଲେ। ଥାନାର ଗୋଟିଏ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ଅଟୋ ଭିତରୁ ୨ଟି ବ୍ୟାଗ୍ ମିଳିଥିଲା। ଏହି ଦୁଇ ବ୍ୟାଗ ମଧ୍ୟରେ ନଗଦ ୧ କୋଟି ଟଙ୍କା ରହିଥିଲା। ଜେରା ବେଳେ ସୁରେଶ ଓ ପ୍ରବୀଣ କହିଛନ୍ତି ଯେ ଏତେ ପରିମାଣର ଟଙ୍କା ଗୋଟିଏ ଘରୋଇ କମ୍ପାନୀର। ସେମାନେ ଏହାକୁ ବିଜୟନଗରରୁ ଜୟାନଗରକୁ ନେଉଥିଲେ। ତେବେ ପୁଲିସ୍ ସେମାନଙ୍କୁ ଟଙ୍କା ସମ୍ପର୍କିତ କାଗଜ ମାଗିଥିଲେ ହେଁ ଉଭୟ ଦେଖାଇ ପାରି ନାହାନ୍ତି। ଫଳରେ ପୁଲିସ୍ ଟଙ୍କା ଜବତ କରିବା ସହ ଆୟକର ବିଭାଗକୁ ଖବର ଦେଇଛି। ନିର୍ବାଚନ ପାଇଁ ରାଜ୍ୟରେ ଆଚରବିଧି ଲାଗୁ କରାଯାଇଛି। ତେଣୁ ବିନା କାଗଜପତ୍ରରେ ବିପୁଳ ପରିମାଣର ନଗଦ ଟଙ୍କା କାରବାର ଉପରେ ରୋକ ଲଗାଇଛି। ତଥାପି ଏତେ ପରିମାଣର ନଗଦ ଟଙ୍କା କୁଆଡ଼େ ଯାଉଥିଲା, ତା’କୁ ନେଇ ପ୍ରଶ୍ନ ଉଠିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!