ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଶରଣକୁଳ ଥାନା ପଞ୍ଚୁମ ପଞ୍ଚାୟତର ଦୟାଶଧରି ଗ୍ରାମରେ ଦେଖିବାକୁ ମିଳିଛି ଅଘଟଣ । ଜମିବାଡ଼ିକୁ ନେଇ ପରିବାର ଭିତରେ ଗଣ୍ଡଗୋଳ । ସୁଚନାନୁସାରେ ହରିହର ନାୟକ ଓ ତାଙ୍କ ପୁଅ ବିରଞ୍ଚି ନାୟକ ଓ ଭାଇ ସହଦେବ ନାୟକ ଆଜି ସକାଳୁ ଜମିକୁ କାମ କରିବାକୁ ଜାଇଥିଲେ ।

କାମ କରିବା ସମୟରେ ହରିହର ନାୟକଙ୍କ ଆଉଜଣେ ଭାଇ ମଧୁ ନାୟକ ୧୦ ରୁ ୧୫ ଜଣ ବାହାର ଲୋକଙ୍କୁ ନେଇ ହରିହର ନାୟକ ଓ ତାଙ୍କ ପୁଅ ବିରଞ୍ଚି ନାୟକ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ହୋଇଛି । ନୟାଗଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାହାରକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଜମିବାଡି ବିବାଦକୁ ନେଇ ଉକ୍ତ ଘଟଣା ଘଟିଥିବା ସୁଚନା ମିଳିଛି ।





