ନୟାଗଡ଼,(ବାଘୁଆବାର୍ତ୍ତା): କରୋନାରୁ ମୁକ୍ତିପାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହର ନକଟସ୍ଥ ବ୍ରଜେନ୍ଦ୍ର ହାଇସ୍କୁଲ ପଡିଆରେ ପରିବା ମାର୍କେଟ ଚାଲୁ ରହିଥିଲା । ଆସନ୍ତା ୨୦ ତାରିଖରୁ ମାଟ୍ରିକ୍ ପରୀକ୍ଷା ଖାତା ଆରମ୍ଭ ହେବାକୁ ଯାଉଛି ଏବଂ ଏହି ଅଞ୍ଚଳରେ ୧୯ ତାରିଖ ଠାରୁ ୧୪୪ ଧାରା ଲାଗୁ ହେବ । ଉକ୍ତ ଅଞ୍ଚଳକୁ କୌଣସି ବାହାର ଲୋକଙ୍କର ପ୍ରବେଶ ରହିବ ନାହିଁ । ସେଥିନିମନ୍ତେ ପ୍ରଶାସନ ପକ୍ଷରୁ ନୟାଗଡ଼ ପୋଲିସ୍ ଟ୍ରେନିଂ ପଡିଆରେ ଅସ୍ଥାୟୀ ପରିବା ମାର୍କେଟ ଚାଲିବ ବୋଲି ଜିଲ୍ଲାପାଳ ଡ. ପୋମା ଟୁଡୁ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଆସନ୍ତାକାଲି ଠାରୁ ଉକ୍ତ ପରିବା ମାର୍କେଟ ସ୍ଥାନାନ୍ତରିତ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ । ଦୁଇଦିନ ଭିତରେ ବ୍ରଜେନ୍ଦ୍ର ହାଇସ୍କୁଲରୁ ସମସ୍ତ ଦୋକାନକୁ ହଟାଯିବ । ଏଥିସହିତ ପୋଲିସ ଟ୍ରେନିଂ ପଡିଆଠାରେ ଅସ୍ଥାୟୀ ପରିବା ମାର୍କେଟ କାର୍ଯ୍ୟ ଆରମ୍ଭ ହେବ । ଆସନ୍ତା ୨୦ ତାରିଖ ଠାରୁ ସମ୍ପୂର୍ଣ୍ଣ ଭାବେ ପୋଲିସ ପଡିଆ ଟ୍ରେନିଂ ଠାରେ ପରିବା ମାର୍କେଟ ଚଳଚଞ୍ଚଳ ହେବ । ପ୍ରଶାସନିକ ସ୍ତରରେ ଏହା ନିଷ୍ପତ୍ତି ନିଆଯାଇଛି ।






