କଟକ, (ବାଘୁଆବାର୍ତ୍ତା): ଅର୍ଚ୍ଚନା ନାଗଙ୍କ ମାମଲାରେ ନୂଆ ଟ୍ୱିଷ୍ଟ ।ଖଣ୍ଡଗିରି ଥାନା ଜବତ କରିଥିବା ଅର୍ଚ୍ଚନା ଓ ଜଗବନ୍ଧୁ ଚାନ୍ଦଙ୍କ ମୋବାଇଲରୁ ବାହାରିବ ଅଧିକ ତଥ୍ୟ । ଜବତ ୩ଟି ମୋବାଇଲକୁ ଅଧିକ ଯାଞ୍ଚ ପାଇଁ କୋଲକାତା ସ୍ଥିତ ଫୋରେନସିକ୍ ସାଇନ୍ ଲାବୋରେଟାରୀ (ସିଏଫ୍ଏସ୍ଏଲ୍)କୁ ଯିବା ବୋଲି ହାଇକୋର୍ଟ ଅନୁମତି ଦେଇଛନ୍ତି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗିରଫ କରିବା ବେଳେ ଖଣ୍ଡଗିରି ପୋଲିସ ତାଙ୍କଠାରୁ ତିନିଟି ମୋବାଇଲ୍ ଜବତ କରିଥିଲା । ଅର୍ଚ୍ଚନାଙ୍କ ସାମ୍ସାଙ୍ଗ, ଓପୋ ମୋବାଇଲ୍ ଧରୁଥିଲେ । ଏହି ଦୁଇଟି ମୋବାଇଲ୍ରେ ବ୍ଲାକମେଲିଂ ଓ ସେକ୍ସ ସ୍କାଣ୍ଡାଲ୍ର ସବୁ ତଥ୍ୟ ରଖୁଥିଲେ । ସ୍ୱାମୀ ଜଗବନ୍ଧୁ ଧରୁଥିବା ଆଇଫୋନ୍ରେ ମଧ୍ୟ କିଛି ତଥ୍ୟ ଥିଲା । ଉଭୟଙ୍କୁ ଗିରଫ ପରେ ଉକ୍ତ ଫୋନ୍ ଜବତ କରିଥିଲା । ଯାଞ୍ଚ ପାଇଁ ମୋବାଇଲ ଗୁଡ଼ିକୁ ଏସ୍ଏଫଏସଏଲରେ ଦାଖଲ କରାଯାଇଥିଲା । ଇଡି ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ବେଳେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମୋବାଇଲରେ ଅନେକ ତଥ୍ୟ ଥିବା ଜଣାପଡ଼ିଥିଲା । ଏହି ତିନିଟି ମୋବାଇଲର ତଦନ୍ତ କରିବା ପାଇଁ ଗତ ଜାନୁଆରୀ ୧୧ ତାରିଖରେ ପିଏମଏଲଏ କୋର୍ଟରେ ପିଟିସନ୍ ଦାଖଲ କରିଥିଲା । ଏବେ କୋର୍ଟ ମୋବାଇଲ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏବେ ଏସଡିଜେଏମ୍ କୋର୍ଟରେ ମୋବାଇଲ ଦାଖଲ ପରେ ଇଡି ମୋବାଇଲ ଗୁଡ଼ିକୁ ସିଏଫଏସଏଲକୁ ପଠାଇବ । ସେଥିରୁ ଅନେକ ଗୁମର ଖୋଲିବା ନେଇ ଆଶାବାଦୀ ରହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନ୍ୟପଟେ ବ୍ଲାକ ମେଲର ଅର୍ଚ୍ଚନା ନାଗକୁ ମିଳିଲା ସର୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ନୟାପଲ୍ଲୀ ଥାନାରେ ଥିବା ମାମଲା ଉପରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। କିନ୍ତୁ ଏବେ ସେ ଜେଲ୍ରେ ରହିବେ । କୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯିବେ ନାହିଁ ଅର୍ଚ୍ଚନା । ତଦନ୍ତରେ ସହଯୋଗ କରିବେ, ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।





