ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ୱରରେ ମୁଖା ପିନ୍ଧା ଯୁବକଙ୍କ ଆତଙ୍କରାଜ । ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ। ସାମ୍ନାକୁ ଆସିଲା ଲୁଟ ବେଳର ସିସିଟିଭି ଭିଜୁଆଲ । ଖବର ଅନୁଯାୟୀ, ଜଣେ ମହିଳା ରାସ୍ତାରେ ଯାଉଥିବା ବେଳେ କଳା ପଲସରରେ ଆସିଲେ ଆଉ ଝାମ୍ପିନେଲେ ସୁନାଚେନ । ପିଲାଙ୍କୁ ଟ୍ୟୁସନ ନେବାବେଳେ ମହିଳାଙ୍କୁ ଲୁଟିଛନ୍ତି ଦୁର୍ବୃତ୍ତ। ପଳାସପଲ୍ଲୀ ଲେନ-୨ରେ ମୁଖା ପିନ୍ଧି ଚେନ ଝାମ୍ପି ନେଇଛି ଯୁବକ । ତେବେ ଲୁଟ୍ ହୋଇଥିବା ଚେନର ଓଜନ ପ୍ରାୟ ୨୦ ଗ୍ରାମ ବୋଲି ଜଣାପଡିଛି । ଏନେଇ ଏୟାରପୋର୍ଟ ଥାନାରେ ଏତଲା ଦିଆଯାଇଛି । ଖବର ପାଇ ପୋଲିସ ଛାନଭିନ ଆରମ୍ଭ କରିଛି ।





