ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା କେମେଷ୍ଟ୍ରି ଓ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ବିଶ୍ଵ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି। ଆସୋସିଏସନ୍ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଅନୀଲ କୁମାର ପଣ୍ଡା ଯୋଗ ଦେଇ, ଛେନାପୋଡ଼ ପାଇଁ ବିଶ୍ୱରେ ନୟାଗଡ଼ ଗରିମା ବୃଦ୍ଧି ପାଇଥିବା କହିଥିଲେ। ବିଶ୍ଵ ଛେନାପୋଡ଼ ଦିବସ ପାଳନ ଅବସରରେ ନୟାଗଡ଼ ବାସୀଙ୍କ ଏକତା ଓ ଭାଇଚାରା ଆଜି ପ୍ରତିଫଳିତ ହୋଇଛି ବୋଲି କହିଥିଲେ। ଆସୋସିଏସନ୍ ସଭାପତି ପ୍ରହଲ୍ଲାଦ ସାହୁ ଛେନାପୋଡ଼ର ଆଦ୍ୟ ନିର୍ମାତା ସୁଦର୍ଶନ ସାହୁଙ୍କ ସମ୍ପର୍କରେ ମତ ରଖିଥିଲେ। କୋଷାଧ୍ୟକ୍ଷ ପରମାନନ୍ଦ ପ୍ରଧାନ ଛେନାପୋଡ଼ ଗୁଣବତ୍ତା ବଜାୟ ରଖିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆସୋସିଏସନ୍ ସମ୍ପାଦକ ସନ୍ତୋଷ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ନିମ୍ନ ମାନର ଛେନାପୋଡ଼ ବିକ୍ରି ବନ୍ଦ କରିବା ଉପରେ ପ୍ରଶାସନ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଥିଲେ।







