ଖଣ୍ଡଗିରି, (ବାଘୁଆବାର୍ତ୍ତା): ହନିଟ୍ରାପ୍ ତଥା ବ୍ଲାକମେଲ ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ଆଜି ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି ହାଇକୋର୍ଟ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ପକ୍ଷରୁ ହୋଇଥିବା ଏତଲା ଆଧାରରେ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ। ତେବେ ତଦନ୍ତରେ ସହଯୋଗ କରିବା, ବାହାରକୁ ନଯିବାକୁ, ସାକ୍ଷୀଙ୍କୁ ପ୍ରଭାବତି ନ କରିବା ପାଇଁ କୋର୍ଟ ଅର୍ଚ୍ଚନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅର୍ଚ୍ଚନାଙ୍କ ବିରୋଧରେ ଆଉ ଦୁଇଟି ମାମଲାରେ ରହିଥିବାରୁ ଅର୍ଚ୍ଚନା ଜେଲରୁ ମୁକୁଳିବେନି ବୋଲି ଅନ୍ୟପଟେ ସ୍ପଷ୍ଟ ହୋଇଛି। ଅର୍ଚ୍ଚନାଙ୍କ ବିରୋଧରେ ଶ୍ରଦ୍ଧାଞ୍ଚଳି କରିଥିବା ଏତଲା ଆଧାରରେ ଖଣ୍ଡଗିରି ଥାନାରେ ହୋଇଥିବା ମାମଲା ଓ ଇଡି ପକ୍ଷରୁ ଚାଲିଥିବା ତଦନ୍ତ ମାମଲା ଏବେ ବି କୋର୍ଟରେ ବିଚାରାଧୀନ ରହିଛି।





