ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଟାଉନ ଏବଂ ମହିପୁର ନୂଆ ରେଳ ଲାଇନର ଲୋକାର୍ପଣ ଏବଂ ଖୋର୍ଦ୍ଧାରୋଡ଼ ନୟାଗଡ଼ ଟାଉନ ପାସେଞ୍ଜର ଟ୍ରେନ ଗୁଡ଼ିକର ମହିପୁର ପର୍ଯ୍ୟନ୍ତ ସଂମ୍ପ୍ରସାରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ, ଡିଆର୍ଏମ୍ ଶଶୀକାନ୍ତ ସିଂ, ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଯୋଗ ଦେଇଥିଲେ । ଅତିଥିମାନେ ପତାକା ଦେଖାଇ ମହୀପୁର ରେଳଚଳାର ଶୁଭାରମ୍ଭ କରିଥିବା ଜଣାପଡ଼ିଛି ।






