ନୟାଗଡ (ବାଘୁଆବାର୍ତ୍ତା); ନୟାଗଡ ସହରରେ ନିଶା କାରବାର ଦିନକୁ ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ ସମୟରେ ଏ ସମ୍ବନ୍ଧରେ ଖବର ପ୍ରକାଶ ପାଇ ଆସୁଅଛି । ନୟାଗଡ ସହର ନିକଟସ୍ଥ ସିନ୍ଦୁରିଆ ଗ୍ରାମରେ କୋରେକ୍ସ, ବ୍ରାଉନ୍ ସୁଗାର ସମେତ ନିଶାଡି ମାନଙ୍କର ଆଡା ସ୍ଥଳି ବନିଛି । ଗତ କିଛିଦିନ ତଳେ ୪୦ ବୋତଲ କୋରେକ୍ସ ଧରାପଡିଥିଲା । ସେହିପରି ଆଜି ମଧ୍ୟାନ ପରେ ଟାଉନ୍ ଥାନା ପକ୍ଷରୁ ଚଢାଉ କରାଯାଇ ସିନ୍ଦୁରିଆ ବଡ ମସ୍ଜିଦ୍ ସାହିର ଫିରୋଜ୍ ମଲ୍ଲିକ ଙ୍କ ଘରେ ଚଢାଉ କରାଯାଇ ବ୍ରାଉନ୍ ସୁଗାର ଜବତ କରାଯାଇଛି । ବ୍ରାଉନ୍ ସୁଗାର ପାଇଁ ଆସିଥିବା ନୟାଗଡ ନିକଟସ୍ଥ ଧବଳେଇ ଗ୍ରାମର ଉମାକାନ୍ତ ନାୟକଙ୍କୁ ପୁଲିସ ଅଟକାଇ ରଖିଛି ।ନୟାଗଡ ଟାଉନ୍ ଥାନା ପକ୍ଷରୁ ମାମଲା ରୁଜୁ କାରଯାଇଛି । ଆସନ୍ତା କାଲି ସେମାନଙ୍କୁ କୋଟ୍ ଚାଲାଣ କରାଯିବ ବୋଲି ଜଣାପଡିଛି । ଅନ୍ୟ ଦୁଇ ଜଣଙ୍କୁ ପଚରାଉଚରା ଜାରି ରହିଛି ।






