ନୟାଗଡ (ବାଘୁଆବାର୍ତା ବ୍ୟୁରୋ); ନୟାଗଡ ବସ୍ଷ୍ଟାଣ୍ଡ ଠାରେ ଆଜି ଅମାନିଆ ଙ୍କୁ ତଣ୍ଡ ଗଣିବାକୁ ପଡିଛି । ନୟାଗଡ ତହସିଲ୍ଦାର ଭିକାରି ଚରଣ ସାହୁ, ପୈାରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଙ୍କ ନେତୃତ୍ୱରେ ଆଜି ବିନା ମାକ୍ସରେ ବୁଲୁଥିବା ଗାଡି ଚାଳକଙ୍କୁ ମହଙ୍ଗା ପଡିଛି । ମୋଟ ୩୯ ଜଣଙ୍କ ଠାରୁ ୨୦୦ ଲେଖାଏଁ ଫାଇନ ଆଦାୟ କରାଯାଇଛି । ଏହିପରି ମୋଟ ୭୮୦୦ ଟଙ୍କା ଆଦାୟ କରାଯାଇଛିା ସେହିପରି ଭାବେ ଶ୍ରୀ ପ୍ରିଟିଙ୍ଗ୍ ପ୍ରେସ୍ ପକ୍ଷରୁ ୨୫୦ ଜଣଙ୍କୁ ମାକ୍ସ ବଂଟନ ସହ ସଚେତନତା ବାର୍ତା ଦିଆଯାଇଛି । ବିଜୟ କୁମାର ସାହୁଙ୍କ ନେତୃତ୍ୱରେ କରୋନା ସମ୍ପର୍କିତ ସଚେତନତା ବାର୍ତା ପ୍ରଦାନ କରାଯାଇଛି ।







