Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁବ୍ରତ ବାଗ୍‌ଚୀ କିଏ ?

by ସଞ୍ଜୟ ସ୍ୱାଇଁ
April 12, 2020
in Feature News
ସୁବ୍ରତ ବାଗ୍‌ଚୀ କିଏ ?
41
VIEWS
Share on FacebookShare on Twitter

ରାମ ବନବାସରୁ ତାସ୍ ଖେଳ

ଭୂବନେଶ୍ୱର (ବାଘୁଆବାର୍ତ୍ତା ବ୍ୟୁରୋ) :  ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତ ବର୍ଷରେ ଭୟ ଓ ଆତଙ୍କର ବାତାବରଣ ଦେଖାଯାଇଛି । ସେହିପରି ଭାବେ ଓଡ଼ିଶାରେ କରୋନାକୁ ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର କରୋନାକୁ ନେଇ ନିଯୁକ୍ତି ଦେଇଥିବା ମୂଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀଙ୍କୁ ନେଇ ଉଠିଛି ଅନେକ ପ୍ରଶ୍ନ । ଗାଁରୁ ସହର, ସହରରୁ ଜିଲ୍ଲା, ଜିଲ୍ଲାରୁ ରାଜ୍ୟ, ରାଜ୍ୟରୁ ଦେଶ ଓ ଦେଶରୁ ବିଦେଶ ସବୁଠି ଚର୍ଚ୍ଚା ‘ଏହି ବାଗ୍‌ଚୀ କିଏ’? ଜଗନ୍ନାଥଙ୍କ ପାତେଳି ପ୍ରସଙ୍ଗ, ହାତୀ ମେଣ୍ଠା ପ୍ରସଙ୍ଗ, ଭକ୍ତ ସାଲବେଗ, ପୋକଡ଼ା ବାଇଗଣ, ରାମଚନ୍ଦ୍ରଙ୍କ ବନବାସ, ତାସ୍ ଖେଳ ଓ କରୋନା ପ୍ରସଙ୍ଗ କୁ ନେଇ ଚର୍ଚ୍ଚାରେ ବାଗ୍‌ଚୀ । ଅସ୍ୱାଭାବିକ ସମୟ, ଦମ୍ଭ ଓ ସାହସର ସହିତ କରୋନା ଲଢ଼େଇ ଚାଲିଥିବା ବେଳେ ଏହା ୧୯୬୫ ଓ ୧୯୭୪ ର ଭାରତ ପାକିସ୍ଥାନ ଲଢ଼େଇ ଠାରୁ ଭୟଙ୍କର ମନେ ହେଉଛି । ଏ ଯୁଦ୍ଧରେ ପ୍ରତିପକ୍ଷ ଏକ ଭୂତାଣୁ ଯାହାକୁ ଦେଖି ହୋଇନି କି ବାରି ହେଉନି । ସାମାଜିକ ଦୂରତା ହେଉଛି ଏକମାତ୍ର ଔଷଧ । ପ୍ରତ୍ୟେକ ଦିନ ଜନସାଧାରଣଙ୍କ ଆଗରେ କରୋନା ପ୍ରସଙ୍ଗରେ ବକ୍ତବ୍ୟ ରଖନ୍ତି ସୁବ୍ରତ ବାଗ୍‌ଚୀ । ମାସକୁ ଏକ ଟଙ୍କା ଦରମା ନେଉଥିବା ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଅଧକ୍ଷ ସୁବ୍ରତ ବାଗ୍‌ଚୀଙ୍କ କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । କିଏ କହୁଛି ବଙ୍ଗାଳୀ ଏବଂ କିଏ କହୁଛି ଅଣ ଓଡ଼ିଆ । ପ୍ରକୃତରେ ସେ କିଏ? ତାଙ୍କର ଇତିହାସ କ’ଣ? ତାହା ପଢ଼ିଲେ ଆଶ୍ଚର୍ଯ୍ୟ ଲାଗିବ ।


ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରରେ ୧୯୫୭ ମସିହା ମେ’ ୩୧ ରେ ତାଙ୍କ ଜନ୍ମ । ବାପା ଗୋପାଳ ବାଗ୍‌ଚୀ ଓ ମାତା ଲାବଣ୍ୟ ପ୍ରଭା ଦେବୀଙ୍କ ୫ ପୁଅଙ୍କ ମଧ୍ୟରୁ ସୁବ୍ରତ ବାଗ୍‌ଚୀ ହେଉଛନ୍ତି ସାନ ପୁଅ । ଗୋପାଳ ବାଗ୍‌ଚୀ କୋରାପୁଟରେ ଜିଲ୍ଲା ନିୟୋଜନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ସୁବ୍ରତ ବାଗ୍‌ଚୀ ଭୁବନେଶ୍ୱର ବି.ଜେ.ବି କଲେଜରେ ପାଠ ପଢ଼ି ଉତ୍କଳ ୟୁନିଭରସିଟିରେ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଭାରତୀୟ ସେନାରେ ପାରାଚ୍ୟୁଟ ଓିଂଗ୍‌ରେ ତାଲିମ ନେଇ ଦିଲ୍ଲୀ ସାଧାରଣ ତନ୍ତ୍ର ଦିବସରେ ଶ୍ରେଷ୍ଠ ଏନ୍‌.ସି.ସି. କ୍ୟାଡେଡ୍ ଭାବେ ମନୋନୀତ ହୋଇ ତତ୍‌କାଳୀନ ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରଷ୍କୃତ ହୋଇଥିଲେ । ୧୯୭୬ ମସିହାରେ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗରେ ତୃତୀୟ ଶ୍ରେଣୀ କର୍ମଚାରୀ ଭାବେ ଯୋଗ ଦେଇଥିଲେ । ଏକ ବର୍ଷ ପରେ ଉକ୍ତ ଚାକିରୀ ଛାଡ଼ି ମ୍ୟାନେଜମେଣ୍ଟ ତାଲିମ ନେଇଥିଲେ । ଏହା ପରଠାରୁ ତାଙ୍କ ଜୀବନରେ ଆସିଥିଲା ପରିବର୍ତ୍ତନ । ଉଇପ୍ରୋ, ଲୋସେଣ୍ଟ ପରି ସପ୍ଟୱେଆର କମ୍ପାନୀରେ ଯୋଗ ଦେଇଥିଲେ । ୧୯୯୯ ମସିହାରେ ମାଇନ୍‌ଟ୍ରି ନାମକ ସପ୍ଟୱେଆର କମ୍ପାନୀର ପ୍ରତିଷ୍ଠାତା ହୋଇ ଦେଶ ବିଦେଶରେ ଖୁବ୍ ଖ୍ୟାତି ଅର୍ଜନ କରିଥିଲେ । ୨୦୧୬ ମସିହାରେ ସେ ଏଥିରୁ ଅବସର ନେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଗ୍‌ଚୀଙ୍କୁ ରାଜ୍ୟ ଦକ୍ଷତା ବିକାଶ ଅଧକ୍ଷ ଭାବେ ନିଯୁକ୍ତି ଦେବା ସହ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ । ଶ୍ରୀ ବାଗ୍‌ଚୀ ଏହି ଦାୟିତ୍ୱ ନେବା ସହ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ମାସକୁ ମାତ୍ର ଏକ ଟଙ୍କା ଦରମା ନେବେ ବୋଲି ଘୋଷଣା କରିଥିଲେ ।


ପ୍ରକାଶ ଥାଉ କି, ସାରା ପୃଥିବୀରେ କରୋନାର ଭୟାବହତା ଲାଗି ରହିଥିବାବେଳେ ରାଜ୍ୟ ସରକାର ତାଙ୍କୁ କରୋନା ର ମୁଖ୍ୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଛନ୍ତି । ଅର୍ଥନୀତି ଠାରୁ ମଣିଷ ଜୀବନ ବଡ଼ ବକ୍ତବ୍ୟ ରଖିବା ଜଣେ ସୁବକ୍ତା, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନେତୃତ୍ୱ ନେବାର କ୍ଷମତା, ସୁସାହିତ୍ୟିକ ଭାବେ ପରିଚିତ । ତାଙ୍କ ରଚିତ ପୁସ୍ତକ ‘ଗୋ କିସ୍ ଦ ୱାଲଡ୍‌’, ଦ ପ୍ରଫେସନାଲ୍‌, ହାଇ ପ୍ରଫେସନାଲ୍‌, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବହୁ ଖ୍ୟାତି ଅର୍ଜନ କରିଛି । ଛାତ୍ର ଜୀବନରୁ ଗାଁ ଚଳଣିରୁ ଆରମ୍ଭ କରି ଦେଶ ଓ ବିଦେଶର ବିଭିନ୍ନ ଅନୁଭୁତି ରହିଛି । ପ୍ରତ୍ୟେକ ଦିନ କରୋନାରୁ ମୁକ୍ତି ପାଇବା ପାଇଁ ଯେଉଁ ସନ୍ଦେଶ ଦେଇଛନ୍ତି ଏହା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ । ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ଦେବୀ ପ୍ରସାଦ ବାଗ୍‌ଚୀଙ୍କର ଭାଇ ସୁବ୍ରତ ବାଗ୍‌ଚୀ ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!