୧୧ଜଣଙ୍କ ନାମରେ ମାମଲା ରୁଜୁ
ଖଣ୍ଡପଡ଼ା,(ବାଘୁଆବାର୍ତ୍ତା): ଖଣ୍ଡପଡା ଥାନା ଅଧିନ ବଡବୋଦସା ଗ୍ରାମରେ ଗୁରୁବାର ରାତିରେ ସାମାନ୍ୟ କଥାକୁ କେନ୍ଦ୍ର କରି ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ମାଡ଼ପିଟ ହୋଇଛି । ଏନେଇ ଉଭୟ ପକ୍ଷରୁ ଶୁକ୍ରବାର ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ନେଇ, ପୋଲିସ ୨ଟି ମାମଲା ରୁଜୁ କରିଛି । ସୂଚନାନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବୋଦସା ଗ୍ରାମର ଭଗବାନ ବାରିକଙ୍କ ପରିବାରବର୍ଗଙ୍କୁ ସ୍ଥାନୀୟ ଅଂଚଳର କେତେକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ । ଏ ନେଇ ଭଗବାନଙ୍କ ଲିଖିତ ଅଭିଯୋଗକ୍ରମେ ପୋଲିସ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପ୍ରତାପ ଖୁଂଟିଆ, କାଠିଆ ଖୁଂଟିଆ, ଅନନ୍ତ ଖୁଂଟିଆ, ସ୍ୱପ୍ନେଶ୍ୱର ଖୁଂଟିଆ, କାର୍ତିକ ପଢିଆରୀ, ସୁମନ୍ତ ପଢିଆରୀ ପ୍ରମୁଖ ୬ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଅପରପକ୍ଷେ ୨ୟ ଗୋଷ୍ଠୀର ଅନାମ ଚରଣ ଖୁଂଟିଆଙ୍କ ଏତଲାକ୍ରମେ ପୋଲିସ ଭଗବାନ ବାରିକ, ସନ୍ତୋଷ ବାରିକ, ଲିଟୁ ବାରିକ, ନବେଇ ବାରିକ, ପ୍ରମିଳା ବାରିକ ପ୍ରମୁଖ ୫ଜଣଙ୍କ ନାମରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରହିଥିବା ପୁଲିସ ସୁତ୍ରରୁ ଜଣାଯାଇଛି ।






