ଯୁବକ ଥାନାରେ ଅଟକ
ଓଡଗାଁ,(ବାଘୁଆବାର୍ତ୍ତା): ଓଡ଼ଗାଁ ଅଂଚଳର ଜଣେ ବିବାହିତା ମହିଳାଙ୍କ ଅଶ୍ଳୀଳ ଫଟୋକୁ ଭାଇରାଲ ହୋଇଛି । ଏନେଇ ଫଟୋ ଭାଇରାଲ ନେଇ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିବା ପରେ ୭୮/୨୦ରେ ପୋଲିସ ଏକ ମାମଲା ରୁଜୁ କରିଛି । ସୂଚନାନୁସାରେ, ମହିଳା ଜଣଙ୍କ ଓଡ଼ଗାଁ ଅଂଚଳର ହୋଇଥିବା ବେଳେ ସେ ନୟାଗଡ଼ ଅଂଚଳରେ ବିବାହ କରିଥିଲେ । ମାତ୍ର ତାଙ୍କର କିଛି ଅଶ୍ୱୀଳ ଫଟୋକୁ ଓଡ଼ଗାଁ ମଶାବାରୀ ଗ୍ରାମର ଜଣେ ଯୁବକ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହା ଏକ ସାଇବର କ୍ରାଇମ ହୋଇଥିବାରୁ ଘଟଣାର ତଦନ୍ତ ପାଇଁ ଶରଣକୂଳ ଏସଡିପିଓ ଏହାର ତଦନ୍ତ ଭାର ଶରଣକୂଳ ଥାନା ଅଧିକାରୀ କିରଣ ହେମ୍ବ୍ରମଙ୍କୁ ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଯୁବକଙ୍କୁ ଓଡ଼ଗାଁ ଆଦର୍ଶ ଥାନାରେ ଅଟକ ରଖିଥିବା ଜଣାଯାଇଛି । ସେ ଜଣେ ଅବିବାହିତ ଯୁବକ ବୋଲି ଜଣାପଡିଛି । ଏହି ଅଶ୍ୱୀଳ ଫଟୋ ଯୁବକ ଜଣକ କେଉଁଠୁ ପାଇଲେ ଏବଂ ନା ଏହାକୁ କମ୍ପ୍ୟୁଟର ମାଧ୍ୟମରେ ପ୍ରସ୍ତୁତ କରାଯାଇଛି ସେ ସଂମ୍ପର୍କରେ ପୁଲିସ ତଦନ୍ତ ଚଳାଇଛି ।






