ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ଷଷ୍ଠ ଶ୍ରେଣୀର ହୋଇଥିବା ବେଳେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଜଣଙ୍କ ନବମ ଶ୍ରେଣୀ ବୋଲି ଜଣାଯାଇଛି । ଏହାକୁ ନେଇ ଓଡ଼ଗାଁ ଆଦର୍ଶ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଛାତ୍ରୀଙ୍କ ଜଣଙ୍କ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଆଜି ଅଭିଯୁକ୍ତ ଛାତ୍ର ଓ ପିଡ଼ିତାଙ୍କ ଡାକ୍ତରୀମାଇନା କରାଯିବ ବୋଲି ଜଣାଯାଇଛି । ଏହି ଘଟଣା ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।






