ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଗ୍ୟାସ୍ ସିଲିଣ୍ଡର ବୋଝେଇ ଗୋଟିଏ ଟ୍ରକ୍ ଦଶପଲ୍ଲା ଗଡ଼ଦାଣ୍ଡରେ ରାଜନଅର ମୁଖ୍ୟ ଫାଟକ ନିକଟରେ ଗାଡ଼ି ବୁଲାଉଥିବା ବେଳେ ନିଶାଗ୍ରସ୍ତ ଥିବାରୁ ରାଜବାଟୀ ସିଂହ ଦରବାର ସିଂହକୁ ଧକ୍କା ଦେଇଥିଲା । ଫଳରେ ସିଂହମୂର୍ତ୍ତିଟି ଖଣ୍ଡବିଖଣ୍ଡିତ ହୋଇଥିଲା । ଏହା ଦେଖି ସାମନ୍ତ ସାହିର ଯୁବକମାନେ ସଂପୃକ୍ତ ଡ୍ରାଇଭରକୁ ଧରି ପୋଲିସ ଜିମା ଦେଇଥିଲେ । ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଡ୍ରାଇଭରକୁ ଡାକ୍ତରଖାନାରେ ପରୀକ୍ଷା କରାଇ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଗାଡିର ଡ୍ରାଇଭର ରାଜସୁନାଖଳା ନିକଟସ୍ଥ ବାଙ୍କୋଇ ଗ୍ରାମର ତପନ ପାତ୍ର ବୋଲି ଜଣାପଡିଛି । ଡ୍ରାଇଭର ଜାମିନ ନାମଞ୍ଜୁ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।






