ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଉପର ହଦପଶି ଗ୍ରାମରେ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୋଷ୍ଠୀର ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତକ ଜଣକ ଉପର ହଦପଶି ଗ୍ରାମର ଦଣ୍ଡଧର ବେହେରା ବୋଲି ଜଣାପଡ଼ିଛି । ଉପର ହଦପଶି ଗ୍ରାମର ଦଣ୍ଡଧର ବେହେରା ଓ ଚରଣ ବେହେରାଙ୍କ ମଧ୍ୟରେ ପୂର୍ବରୁ ଶତୃତା ଲାଗି ରହିଥିଲା । ଗତକାଲି ରାତିରେ କୈାଣସି କାରଣ ପାଇଁ ଦଣ୍ଡଧରଙ୍କୁ ଚରଣ ବେହେରା ତା’ ସାଙ୍ଗରେ ଗ୍ରାମର ୪ ଜଣକୁ ନେଇ ମରଣାତ୍ମକ ଆକ୍ରମଣ କରିଥିଲେ ।ଏପରିକି ଆକ୍ରମଣରେ ଦଣ୍ଡଧରଙ୍କ ଶଶୁର, ସ୍ତ୍ରୀ, ଶାଶୁ ଓ ଝିଅ ଗୁରୁତର ଆଘାତ ହୋଇଥିବା ଜଣାପଡ଼ିଛି । କଟକ ବଡ଼ ଡାକ୍ତରଖାନାରେ ଦଣ୍ଡଧର ବେହେରାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ରବିବାର ଅପରାହ୍ନରେ ମୃତ ଦଣ୍ଡଧରଙ୍କ ପରିବାର ଲୋକେ ଶବଟିକୁ ରାସ୍ତାରେ ରଖି କ୍ଷତିପୂରଣ ଦାବୀ କରିିିିିିିିିିିିିିିିିିିବା ସହିତ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ପୁଲିସ ଏହି ଘଟଣାରେ ସଂପୃକ୍ତ ଗଦା ବେହେରାଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଚରଣ ବେହେରା, ନାରଣ ବେହେରା ଓ ମମତା ବେହେରା ଡାକ୍ତରଖାନାରେ ଚିକିତ୍ସିତ ଥିବାରୁ ତାଙ୍କ ଉପରେ ପୁଲିସ ନଜର ରଖିଛି । ସେମାନେ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି ସେ ଜଣାଇଛନ୍ତି । ଏହି ଘଟଣାରେ ଉତ୍ୟକ୍ତ ଲୋକେ ଶବ ରଖି ରାସ୍ତାରୋକ କରିଥିବା ଜଣାପଡ଼ିଛି ।






