ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକାଙ୍କୁ ନିଜ ମାଉସୀ ବିକ୍ରି କରିବା ଉଦ୍ଦେଶ୍ୟରେ ଝାନସି ନେଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ନାବାଳିକାକୁ ଉଦ୍ଧାର କରିବା ପରେ ଘଟଣାର ତଦନ୍ତ ଚଳାଇଛି । ୧୬ ବର୍ଷିୟା ନାବାଳିକା ଜଣଙ୍କୁ ତାଙ୍କ ମାଉସୀ ଗତ ୨୦୧୯ ମସିହା ଡିସେମ୍ବର ୧୬ ତାରିଖ ଦିନ ପ୍ରଲୋଭିତ କରି ନେଇ ଝାନସୀରେ ବିକ୍ରି କରିବା ପାଇଁ ନେଇ ଯାଇଥିଲେ ।ଫଳରେ ନାବାଳିକାଙ୍କ ପରିବାର ତାଙ୍କୁ ବହୁ ଖୋଜା ଖୋଜି କରି ଜାନୁୟାରୀ ୧୮ ତାରିଖରେ ନୟାଗଡ଼ ସଦରଥାନାରେ ଅଭିଯୋଗ କଲେ । ସଦର ପୁଲିସ କୈାଶଳ କ୍ରମେ ସଂଗୀତାଙ୍କୁ ନୟାଗଡ଼ ଡଳାଇ ତାଙ୍କ ନିକଟରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ତାଙ୍କର ଡାକ୍ତରିମାଇନା କରିଛି । ନାବାଳିକାଙ୍କୁ ତପସ୍ୟା ଗୃହରେ ରଖା ଯାଇଥିବା ବେଳେ ତାଙ୍କ ବୟାନ ରେକର୍ଡ଼ କରାଯିବ ବୋଲି ଜଣାପଡ଼ିଛି ।






