Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଜ ପତ୍ନୀଙ୍କୁ ଦ୍ବିତୀୟ ଥର ବିବାହ କଲେ ସ୍ବାମୀ

by ସଞ୍ଜୟ ସ୍ୱାଇଁ
May 19, 2022
in State
ନିଜ ପତ୍ନୀଙ୍କୁ ଦ୍ବିତୀୟ ଥର ବିବାହ କଲେ ସ୍ବାମୀ
31
VIEWS
Share on FacebookShare on Twitter

ବୋରିଗୁମ୍ମା, (ବାଘୁଆବାର୍ତ୍ତା): ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଦୀର୍ଘ ଧରି କୌଣସି ପତ୍ତା ନ ମିଳିବାରୁ ମରିଯାଇଥିବା ଭାବି ପରିବାର ଲୋକ ଶୁଦ୍ଧିକ୍ରିୟା ମଧ୍ୟ କରି ଦେଇଥିଲେ। ସ୍ବାମୀ ମରିଯାଇଥିବାରୁ ସ୍ତ୍ରୀ ହାତରୁ ଭାଙ୍ଗି ଦେଇଥିଲେ ଶଙ୍ଖା ଓ ମଥାରୁ ପୋଛି ଦେଇଥିଲେ ସିନ୍ଦୁର । ଯାହାକୁ ମୃତ ବୋଲି ପରିବାର ଲୋକ ଭାବିଥିଲେ ହଠାତ ସେ ଦିନେ ଘରେ ପହଞ୍ଚିଥିଲେ। ସ୍ତ୍ରୀଙ୍କ ସେହି ଶଙ୍ଖା ଓ ସିନ୍ଦୁର ପୁଣି ଫେରି ଆସିଥିଲା।ଶେଷରେ ପରିବାର ଲୋକ ଓ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବୈଦିକ ରୀତିରେ ଉଭୟ ଦ୍ବିତୀୟ ଥର ପାଇଁ ବିବାହ କରିଥିଲେ। ଏହା କୌଣସି ଏକ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିବା ବେଳେ କିନ୍ତୁ ବାସ୍ତବ ଜୀବନରେ ଘଟିଛି ଏପରି ଘଟଣା। କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବିସିଂହପୁର ପଞ୍ଚାୟତ ର ପୋଡାପଦର ଗ୍ରାମର ଘାସି ଅମନାତ୍ୟ ଓ ତାଙ୍କ ସ୍ତ୍ରୀ ସୁବର୍ଣ୍ଣଙ୍କ ଜୀବନରେ ଏଭଳି ଘଟଣା ଘଟିଛି । ଦୁଇ ବର୍ଷ ପୂର୍ବେ ଉକ୍ତ ଗ୍ରାମର ଘାସି ଅମନାତ୍ୟ ଗ୍ରାମର କିଛି ଲୋକଙ୍କ ସହିତ ଦାଦନ ପାଇଁ ଆନ୍ଧ୍ର ବାହାରି ଥିଲେ । ଯିବା ସମୟରେ ଘାସି ବାଟ ବଣା ହୋଇଯାଇଥିଲେ । ସାଙ୍ଗମାନେ ବହୁ ଦିନ ଧରି ଖୋଜା ଖୋଜି ବି କରିଥିଲେ ହେଲେ ଘାସିଙ୍କୁ ନ ପାଇ ନିରାଶ ହୋଇ ଥିଲେ । ଆଠ ମାସ ପରେ ଘାସିଙ୍କ ମୃତ୍ୟୁ ହୋଇଥିବା ଘର ଲୋକ ଖବର ପାଇଲେ । ଉକ୍ତ ଦୁଃଖଦ ଖବର ଶୁଣି କୁଳ କୁଟୁମ୍ବ ଏକାଠି ହୋଇ ସୁଦ୍ଧି କ୍ରିୟା ସମ୍ପର୍ଣ୍ଣ କରିବା ସହ ସ୍ତ୍ରୀ ସୁବର୍ଣ୍ଣ ଙ୍କୁ ବିଧବା ହେବାକୁ ପଡିଲା । ଘରୁ ଯିବାର ଦୁଇ ବର୍ଷ ପରେ ଅର୍ଥାତ ଗତ ଦୁଇ ମାସ ତଳେ ଗାଁ ରେ ଘାସି ଘରେ ପହଞ୍ଚିବା ଦେଖି ସମସ୍ତେ ଚକିତ ହୋଇ ପଡିଥିଲେ । ସେ ତାର ଦାଦନ ର ଦୁଃଖ କାହାଣୀ ସମସ୍ତଙ୍କୁ ଜଣାଇ ଥିଲା । କୁଳ ସମାଜ ର ସଭାପତିଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା। ତାଙ୍କ ପରମ୍ପରା ଅନୁଯାୟୀ ପୁଣି ବୈଦିକ ରୀତିରେ ଦୁଇ ସ୍ୱାମୀ ସ୍ତ୍ରୀ ଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ଶେଷରେ ଗ୍ରାମର ଶିବ ମନ୍ଦିର ଠାରେ ବ୍ରାହ୍ମଣ ଦମ୍ବୁରୁ ଧର ଦାଶ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!