Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସପିଂ ମଲ୍‌କୁ ବୁଲିବାକୁ ଆସି ହଟହଟା ହୋଇଛନ୍ତି ଯୁବତୀ

by ସଞ୍ଜୟ ସ୍ୱାଇଁ
May 19, 2022
in State
ସପିଂ ମଲ୍‌କୁ ବୁଲିବାକୁ ଆସି ହଟହଟା ହୋଇଛନ୍ତି ଯୁବତୀ
43
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲା ଷ୍ଟେସନ ନିକଟରେ ଥିବା କ୍ରସ ରୋଡ୍ ମଲରେ ଦେଖିବାକୁ ମିଳିଛି ଅଜବ ଘଟଣା। ସପିଂ ମଲ୍‌କୁ ବୁଲିବାକୁ ଆସି ହଟହଟା ହୋଇଛନ୍ତି ଯୁବତୀ । ଏପରିକି କ୍ଷତିପୂରଣ ଆଦାୟ କରିବା ପାଇଁ ମଲ୍‌ କର୍ତ୍ତୃପକ୍ଷ ତାଙ୍କୁ ୫ ଘଣ୍ଟା ଧରି ଭିତରେ ଅଟକ ରଖିବା ଚର୍ଚ୍ଚାର ବିଷୟ ପାଲଟିଛି । ପରେ ପୋଲିସ ଘଟଣା ବାବଦରେ ପଚାରିବୁଝିବା ସହ ଯୁବତୀଙ୍କୁ ଉଦ୍ଧାର କରିଛି । ଖବର ଅନୁଯାୟୀ, କୋରାପୁଟର ଜଣେ ଯୁବତୀ ରାଉରକେଲାରେ ରହି ନର୍ସିଂ ଟ୍ରେନିଂ ନେଉଥିଲେ । ଯୁବତୀ ତାଙ୍କର ଜଣେ ବନ୍ଧୁଙ୍କ ସହ କିଣା କିଣି କରିବା ପାଇଁ ମଲ୍‌କୁ ଯାଇଥିଲେ । ମହିଳାଜଣକ ଛତା ଖୋଲିବା ସମୟରେ ତାହା ସ୍ଲାଇଡିଂ ଡୋରରେ ବାଜିଯିବାରୁ କାଚ ଡୋରଟି ଭାଙ୍ଗିଯାଇଥିଲା । ପରେ ମଲ୍‌ କର୍ତ୍ତୃପକ୍ଷ ସଂପୃକ୍ତ ଯୁବତୀଙ୍କୁ କ୍ଷତିପୂରଣ ବାବଦକୁ ଦେଢ ଲକ୍ଷ ଟଙ୍କା ମାଗିଥିଲେ । କ୍ଷତି ପୂରଣ ନଦେଲେ ଛାଡିବୁନି କହି ଧମକ ବି ଦେଇଥିଲେ । କିନ୍ତୁ ସେ ଦେଢ ଲକ୍ଷ ଟଙ୍କା ଅକ୍ଷମତା ପ୍ରକାଶ କରିଥିଲେ । ମଲ୍ ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ ଭୁଲିଯାଇଛଥିଲେ ମଣିଷ ପଣିଆ । ସଂପୃକ୍ତ ମହିଳାଙ୍କୁ ୫ ଘଣ୍ଟା କାଳ ଏକ ରୁମ୍‌ରେ ବନ୍ଦ କରି ରଖିଥିଲେ । ସେପଟେ ଯୁବତୀଙ୍କ କହିବାନୁଯାୟୀ, ବାହାରିବା ବେଳକୁ ସ୍ଲାଇଡିଙ୍ଗ ଡୋର୍‌ ଟି ପରସ୍ପର ମଧ୍ୟରେ ପିଟି ହୋଇ ଭାଙ୍ଗିଯାଇଛି । କିନ୍ତୁ ମଲ୍‌ କର୍ତ୍ତୃପକ୍ଷ କହିବା କଥା ଯେ, ଯୁବତୀ ଜଣକ ହିଁ କାଚ ଭାଙ୍ଗିଛନ୍ତି । ପରେ ଦେଢ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବା ପାଇଁ ଦାବି କରିଥିଲେ । ପରେ ରଫାଦଫା କରି ୫୦ ହଜାର ଏବଂ ପରେ ୨୫ ହଜାର ଦେବାକୁ କହିଥିଲେ । ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ସହ ଯୁବତୀ ଜଣଙ୍କ ତାଙ୍କ ପିନ୍ଧିଥିବା ସୁନା ଚେନ୍ ଦେଇ ଛାଡି ଦେବାକୁ ନେହୁରା ହୋଇଥିଲେ । କିନ୍ତୁ କେହି ଶୁଣି ନଥିଲେ। ପରେ ଯୁବତୀ ଜଣଙ୍କ ତାଙ୍କ ବନ୍ଧୁଙ୍କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!