କୁତ୍ରା, (ବାଘୁଆବାର୍ତ୍ତା): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ୧୨ ବର୍ଷର ନାବାଳିକା ୭ ମାସର ଗର୍ଭବତୀ ହୋଇଥିବା ନେଇ କୁତ୍ରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାରୁ ଜଣାପଡ଼ିଛି ଯେ, କୁତ୍ରା ଅଞ୍ଚଳର ଜଣେ ୧୨ ବର୍ଷର ନାବାଳିକାକୁ ସେହି ଗ୍ରାମର ଜନୈକ ଯୁବକ ଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଉକ୍ତ ନାବାଳିକା ଜଣକ ବର୍ତ୍ତମାନ ୭ ମାସର ଗର୍ଭବତୀ ଥିବା କୁହାଯାଇଛି । ଏତଲା ପରେ କୁତ୍ରା ପୁଲିସ ଘଟଣାର ତଦନ୍ତ କରୁଛି ।






