Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରୋଇ କଳହକୁ ନେଇ ବିଷ ପିଇଦେଲେ ପୁଅବୋହୂ, ଏହା ସହି ନ ପାରି ମା’ ବି ବାଛିଲେ ସମାନ ବାଟ, ୩ ଜଣଙ୍କ ଅବସ୍ଥା ଗୁରୁତର

by ସଞ୍ଜୟ ସ୍ୱାଇଁ
May 19, 2022
in State
ଘରୋଇ କଳହକୁ ନେଇ ବିଷ ପିଇଦେଲେ ପୁଅବୋହୂ, ଏହା ସହି ନ ପାରି ମା’ ବି ବାଛିଲେ ସମାନ ବାଟ, ୩ ଜଣଙ୍କ ଅବସ୍ଥା ଗୁରୁତର
111
VIEWS
Share on FacebookShare on Twitter

ଆନନ୍ଦପୁର, (ବାଘୁଆବାର୍ତ୍ତା): ଘରୋଇ କଳହ ନେଲା ସାଂଘାତିକ ରୂପ । ଜୀବନ ହାରିବାକୁ ନିଷ୍ପତ୍ତି ନେଇ ପୁଅବୋହୂ ବିଷ ପିଇଦେଲେ । ଏହା ସହି ନ ପାରି ଶେଷରେ ମା’ ବି ବିଷ ପିଇଦେଲା। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପକଣ୍ଠ ରାମଚନ୍ଦ୍ରପୁର ଥାନା ପଦନା ଗାଁରେ ଘଟିଛି । ୩ ଜଣଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣାଯାଇଛି। ସେମାନେ ହେଲେ ପଦନା ଗାଁର ପ୍ରଦୀପ ସାହୁ ତାଙ୍କ ପତ୍ନୀ ଓ ମା’ । ସୂଚନାଯୋଗ୍ୟ, ଗତକାଲି ପ୍ରଦୀପଙ୍କ ଘରେ କୌଣସି କାରଣକୁ ନେଇ ଭୀଷଣ କଳହ ଲାଗି ରହିଥିଲା। ଏଥିରେ ଅତିଷ୍ଠ ହୋଇ ପ୍ରଦୀପ ଓ ତାଙ୍କ ପତ୍ନୀ ବିଷ ପିଇ ଦେଇଥିଲେ। ଏହାଦେଖି ଉଭୟ ପତିପତ୍ନୀ ଗୁରୁତର ହେବାରୁ ସ୍ଥାନୀୟ ଲୋକେ ଉଭୟଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ପୁଅବୋହୂଙ୍କ ଏପରି ଅବସ୍ଥା ଦେଖି ପ୍ରଦୀପଙ୍କ ମା’ ନିଜ ମାନସିକ ଭାରସାମ୍ୟ ହରାଇ ବସିଲେ। ଏହାପରେ ସେ ମଧ୍ୟ ବିଷ ପିଇଦେବାରୁ ତାଙ୍କୁ ମଧ୍ୟ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସେଠାରେ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। କ’ଣ ପାଇଁ ପରିବାରର ୩ ଜଣ ଏପରି ଚରମ ନିଷ୍ପତ୍ତି ନେଲେ, କାହିଁକି ବିଷ ପିଇବାକୁ ନିଷ୍ପତ୍ତି ନେଲେ ତାହାର ପ୍ରକୃତ କାରଣ ଜଣାପଡ଼ିନି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!