Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୋକଙ୍କ ସେବା କର, ବିକାଶ ମୁଳକ କାର୍ଯ୍ୟକୁ ତ୍ୱରାନିତ କର: ଅରୁଣ

by ସଞ୍ଜୟ ସ୍ୱାଇଁ
May 16, 2022
in Nayagarh, State
ଲୋକଙ୍କ ସେବା କର, ବିକାଶ ମୁଳକ କାର୍ଯ୍ୟକୁ ତ୍ୱରାନିତ କର: ଅରୁଣ
214
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକର ଦୁଇଗୋଟି ପଞ୍ଚାୟତରେ ନୟାଗଡ଼ ବିଧାୟକ ତଥା ରାଜ୍ୟସରକାରଙ୍କ କୃଷିମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ସାକେରି ଓ ଶରଧାପୁର ଗ୍ରସ୍ତ କରି ଲୋକଙ୍କ ସମସ୍ୟା ଶୁଣିଛନ୍ତି । ଡ.ସାହୁ ତାଙ୍କ ବକ୍ତବ୍ୟରେ ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶୃତି ପାଳନ କରିବା ସହ ଜନସାଧାରଣଙ୍କର ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରଥମେ ସାକେରି ଗ୍ରାମ ଗ୍ରସ୍ତ କରି ଆରାଧ୍ୟଦେବତା ଜଗନ୍ନାଥଜୀଉଙ୍କୁ ଦର୍ଶନ କରିବା ସହ ପଞ୍ଚାୟତ କାର୍ୟ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ସାଧାରଣ ସଭାରେ ଦେଇ ପଞ୍ଚାୟତ ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଦେଇ ଦଳକୁ ଜିତାଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଲୋକଙ୍କ ଉନ୍ନତିମୂଳକ କାର୍ୟ୍ୟ ଆମର ପ୍ରାଥମିକତା ବୋଲି କହିଥିଲେ ।ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ସାକେରି ରାସ୍ତା ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ଯୋଗୁଁ ପଞ୍ଚାୟତର ବିଭିନ୍ନ ଡ୍ରେନେଜ ସମସ୍ୟା ଦୁରୀଭୂତ ହେବ ଏଥି ନିମନ୍ତେ ଗ୍ରାମବାସୀ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଜଗନ୍ନାଥ ମନ୍ଦିର ସମ୍ପୁର୍ଣ୍ଣକରଣ, ପୁରୁଣା କୁଶଢିପି ପୋଖରୀ ଗାର୍ଡୱାଲ, ଜଗନ୍ନାଥଜୀଉଙ୍କ ରଥଯାତ୍ରା ନିମନ୍ତେ ନୂତନ ରଥକାଠର ବ୍ୟବସ୍ଥା ବିଶେଷ କରି ଶିକ୍ଷାର ଉନ୍ନତିକରଣ ପାଇଁ ଗ୍ରାମବାସୀମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ପରେ ଶରଧାପୁର ପଞ୍ଚାୟତ ଗ୍ରସ୍ତ କରି ସାଧାରଣ ସଭାରେ ଯୋଗ ଦେଇ ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣିଥିଲେ।ଶିକ୍ଷକ ଅଭାବ,ଖାଦ୍ୟ ସୁରକ୍ଷା ଯୋଜନା, ଭିନ୍ନକ୍ଷମ ଭତ୍ତା, ଆବାସ,ଆମ୍ବେରାପୁର ଖେଳପଡିଆ,ରାସ୍ତା ନିର୍ମାଣ ନିମନ୍ତେ ୧୯ଟି ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତରଣ ବିଷୟରେ ମନ୍ତ୍ରୀଙ୍କ ସହ ଗ୍ରାମବାସୀ ଆଲୋଚନା କରିଥିଲେ ।ପ୍ରତ୍ୟେକ ସମସ୍ୟାକୁ ସମାଧାନ କରାଯିବ ନେଇ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।ପରିଶେଷରେ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଗ୍ରସ୍ତ ସମୟରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ସାକେରି ସରପଞ୍ଚ ପାୟଲ କୁମାରୀ ପ୍ରଧାନ, ଶରଧାପୁର ସରପଞ୍ଚ ଚାନ୍ଦିନୀ ରାଉତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ, ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ, ନାରୀ ନେତ୍ରୀ ନିବେଦିତା ଦାସ, ଶ୍ରମିକ ନେତା ସୂର୍ୟ୍ୟକାନ୍ତ ପଟ୍ଟନାୟକ, କାହ୍ନୁ ଚରଣ ପ୍ରଧାନ, ସମୀର ରାଉତ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!