ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ବଉଳିସାହି ପିଣ୍ଡିକେଶ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଦ୍ୱିତୀୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । କଲେଜର ପରିଚାଳନା କମିଟି ସଭାପତି ମୁରଲିଧର ବରାଡ଼ଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ବୈଠକରେ ମନ୍ତ୍ରୀ ଡଃ.ସାହୁ କଲେଜକୁ ଦିଆଯାଇଥିବା ଆର୍ଥିକ ଅନୁଦାନକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ବିକାଶର ଶୀର୍ଷରେ କିପରି ଉକ୍ତ କଲେଜ ଗଢ଼ି ଉଠିବ ସେଥିପାଇଁ ସମସ୍ତ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ନୂତନ ଲାଇବ୍ରେରୀ ଗୃହ ନିର୍ମାଣ, ଖେଳ ପଡ଼ିଆ, ଡ୍ରେନେଜ ବ୍ୟବସ୍ଥା ଓ କଲେଜର ଆନୁସଙ୍ଗିକ ବିକାଶ ଉପରେ ମନ୍ତ୍ର ଦେଇଥିଲେ ମନ୍ତ୍ରୀ ଡଃ.ସାହୁ । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ସୁବାଷ କଅଁର ଓ ନୟାଗଡ଼ ବିଡିଓ ଭିକାରି ସାହୁ ଉପସ୍ଥିତ ରହିଥିଲେ । କଲେଜର ଅଧ୍ୟକ୍ଷ ସିବପ୍ରସାଦ ଦତ୍ତ ପ୍ରଥମ ବୈଠକର ନିଷ୍ପତି ଉପରେ ଆଲୋକପାତ କରିଥିଲେ ।






