ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ୱଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ । ସମ୍ବଲପୁର ସିକିର୍ଡିଠାରେ L & T କମ୍ପାନୀ ଦ୍ବାରା ନିର୍ମାଣ କରାଯାଉଥିବା ଇନଟାକ୍ ୱାଲ୍ କାର୍ଯ୍ୟ ବିଳମ୍ବ ହେବା ନେଇ ଖପ୍ପା ହେଲେ ମୁଖ୍ୟ ଶାସନ ସଚିବ। L&T progress very very poor ବୋଲି ସର୍ବ ସମ୍ମୁଖରେ କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଖବର ଅନୁଯାୟୀ, ଏହି କାର୍ଯ୍ଯ ୨ ବର୍ଷ ଭିତରେ ସାରିବାକୁ ଥିବାବେଳେ ଅତି ଧିମା ଗତିରେ କାମ ଚାଲୁଥିବାରୁ L & T କମ୍ପାନୀ ଅଧିକାରୀଙ୍କ ଉପରେ ମୁଖ୍ୟ ଶାସନ ସଚିବ ଖପ୍ପା ହୋଇଛନ୍ତି। ଏହା ଉପରେ ତର୍ଜମା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସିକିର୍ଡି ଠାରେ ଇନଟାକ୍ ୱାଲ୍ ପରିଦର୍ଶନ କରିବା ପରେ ମୁଖ୍ଯ ଶାସନ ସଚିବ ସୁରେଶ ମହାପାତ୍ର ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ। ମୋଟ ୨ ହଜାର ୩ ଶହ କୋଟି ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରୋଜେକ୍ଟ କାର୍ଯ୍ୟ କରାଯିବ। ଏହାଦ୍ବାରା ବିଜେପୁର, ସୋହେଲା, ବରପାଲି ଓ ସୋନପୁର ଜିଲ୍ଲା ଡୁଙ୍ଗରିପାଲିର ସମୁଦାୟ ୩୧ ହଜାର ୩୫୦ ହେକ୍ଟର ଚାଷ ଜମ ଜଳସେଚିତ ହୋଇପାରିବ। ଏହାପରେ ମୁଖ୍ୟ ଶାସନ ସଚିବ ବରଗଡ଼ ଅମ୍ବାଭୋନା ବ୍ଲକ କୁରୁମକେଲ ଗାଁ ଗସ୍ତ କରି ବିସ୍ଥାପିତ ଥଇଥାନ କଲୋନୀ ବୁଲିବେ।






