ନୟାଗଡ଼, (ବାଘୁଆବାର୍ତ୍ତା): ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ୮୪୮ ଗୋଟି ଜମିଜମା, ଫୌଜିଦାରୀ, ଗାଡ଼ି ମୋଟର ଦୁର୍ଘଟଣା ଜନିତ କ୍ଷତିପୁରଣ ମାମଲା ଏବଂ ୨୭୪୯ ଗୋଟି ବ୍ୟାଙ୍କ ଋଣ ଅନାଦେୟ ମାମଲା ଆଗତ କରାଯାଇଥିଲା । ଏଥି ମଧ୍ୟରୁ ସର୍ବମୋଟ ୨୫୧ ଗୋଟି ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ୧,୧୭,୮୦୦/- ଟଙ୍କା ଏବଂ ଗାଡି ମୋଟର ଦୁର୍ଘଟଣା ବୀମା ରାଶି ୮୮,୨୫,୦୦୦/- ଟଙ୍କା ଓ ବ୍ୟାଙ୍କ ଋଣ ଅନାଦେୟ ମାମଲା ୨୪,୭୩,୬୫୮/- ଟଙ୍କା ରାଜସ୍ୱ ବୀମା ରାଶି ଆଦାୟ ଓ ସ୍ଥିରିକୃତ ହୋଇଥିଲା । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୈରାଜଜ୍ ରୁପଶ୍ରୀ ଚୌଧୁରୀ, ଅତିରିକ୍ତ ଜିଲ୍ଲା ଜଜ୍ ଲିଲି ସେନାପତି, ପରିବାର ଅଦାଲତ ଜଜ୍ ପ୍ରଦୀପ କୁମାର ମହନ୍ତ, ସବଜଜ୍ ଅମିତାଭ ପଣ୍ଡା ଓ ପବିତ୍ରାନନ୍ଦ ପ୍ରଧାନ, ସଚିବ ଜିଲ୍ଲା ଆସନ ସେବା ପ୍ରାଧିକରଣ ବିଶେଷ କୁମାର ସାହୁ, ଏସଡିଜେଏମ ସୌଭାଗ୍ୟ ରଞ୍ଜନ ପ୍ରଧାନ, ଜେଏମଏଫସି ପ୍ରଚେତା ପ୍ରିୟଦର୍ଶିନୀ ମହାପାତ୍ର ଓ ପ୍ରଦୋଷ କୁମାର ଦାସ ପ୍ରମୁଖ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ । ରେଜିଷ୍ଟ୍ରାର ସିଭିଲ କୋର୍ଟ ଚିତରଞ୍ଜନ ମିଶ୍ର, ଲୋକ ଅଦାଲତ ପରିଚାଳନା କରିବା ସହ ସହାୟତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୋର୍ଟ ମ୍ୟାନେଜର ସଂଗ୍ରାମ କେଶରୀ ଜେନା ଉପସ୍ଥିତ ରହିଥିଲେ । ପରବର୍ତ୍ତୀ ତୃତୀୟ ରାଷ୍ଟ୍ରିୟ ଲୋକ ଅଦାଲତ ଆସନ୍ତା ୧୭.୦୮.୨୦୨୨ ରିଖ ଶନିବାର ଦିନ ପୁନଶ୍ଚ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଅନୁଷ୍ଠିତ ହେବ ବୋଲି ପ୍ରାଧିକରଣଙ୍କ ସଚିବ ବିଶେଷ କୁମାର ସାହୁ ସୁଚନା ଦେବା ସହ ଜନସାଧାରଣ ଏହାର ସୁଫଳ ଆପଣାଇ ନେବାକୁ ପରାମର୍ଶ ପ୍ରଦାନ କରିଛନ୍ତି । ଶେଷରେ ଜିଲ୍ଲା ଜଜ ରୁପଶ୍ରୀ ଚୌଧୁରୀ ଲୋକ ଅଦାଲତର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।






