Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାହାଘର ଦିନକ ପରେ ସ୍ୱାମୀକୁ ଛାଡ଼ିବା ପାଇଁ ଜିଦ ଧରିଲେ ସ୍ତ୍ରୀ

by ସଞ୍ଜୟ ସ୍ୱାଇଁ
May 14, 2022
in State
ବାହାଘର ଦିନକ ପରେ ସ୍ୱାମୀକୁ ଛାଡ଼ିବା ପାଇଁ ଜିଦ ଧରିଲେ ସ୍ତ୍ରୀ
225
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗୁରୁବାର ପବିତ୍ର ମୋହିନୀ ଏକାଦଶୀରେ ବୈଦିକ ରୀତିରେ ବିବାହ ହୋଇଥିଲା । ଦିନକ ପରେ ସ୍ୱାମୀଙ୍କୁ ଛାଡ଼ିଦେବା ପାଇଁ ଜିଦ୍‌ ଧରିଲେ ସ୍ତ୍ରୀ । ମନୋମାଳିନ୍ୟ ଏପରି ଚରମ ରୂପ ନେଲା ଯେ, ଜନଗହଳି ପୁର୍ଣ୍ଣ ସ୍ଥାନରେ ସ୍ୱାମୀଙ୍କୁ ଅଧ ଘଣ୍ଟାଏରୁ ଅଧିକ ସମୟ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଲେ । ପୁଲିସ ଓ ଜନସାଧାରଣଙ୍କ ବାରଣକୁ ବି ମାନିଲେନି । ଏମିତି ଘଟଣା ଶୁକ୍ରବାର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାରଥଖଳାରେ ନିକଟରେ ଘଟିଛି। ପୁରୀ ଜିଲ୍ଲାର ମାନିନୀ(ଛଦ୍ମନାମ) ଭରତପୁର ଅଞ୍ଚଳର ଜଣେ ଯୁବକଙ୍କୁ ଗୁରୁବାର ବିବାହ କରିଥିଲେ । ଶୁକ୍ରବାର ଅପରାହ୍ନରେ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ସନ୍ଧ୍ୟା ୫ଟା ପାଖାପାଖି ଆସି ପହଞ୍ଚିଥିଲେ ଶ୍ରୀଲିଙ୍ଗରାଜ ମନ୍ଦିର । ରଥ ମହାଖଳା ପାଖରେ ବାଇକ ରଖି ପୂଜା ସାମଗ୍ରୀ କିଣିବା ଲାଗି ସ୍ୱାମୀ ଯାଉଥିଲେ । ହେଲେ ପତ୍ନୀ ତାଙ୍କ ସହ ଗଲେନାହିଁ । ସ୍ତ୍ରୀ ପାଖକୁ ଆସି ଅନେକ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କିଛି ନଶୁଣି ମାନିନୀ ସ୍ୱାମୀଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଲେ । ମାଡ଼ ଖାଇବା ସତ୍ତେ୍ୱ ବି ସ୍ୱାମୀ କହୁଥାନ୍ତି ମୁଁ ତୁମ ବିନାବଞ୍ଚି ପାରିବିନାହିଁ । ପ୍ଳିଜ୍‌ ଆସ ମୋ ସହିତ । ରୋକଠୋକ ସାଥିରେ ଯିବାକୁ ମନା କରି ଦେଇଥିଲେ ସ୍ତ୍ରୀ । ଏହିଭଳି ଅଧ ଘଣ୍ଟାରୁ ଅଧିକ ସମୟ ଚାଲିଲା ଡ୍ରାମା । ପରେ ଘଟଣା ସ୍ଥଳକୁ ପ୍ରଥମେ ମାନିନୀଙ୍କ ଭିଣୋଇ ଓ ପରେ ମା’ ମଧ୍ୟ ଆସି ପହଞ୍ଚିଥିଲେ । ସେତେବେଳକୁ ସେଇ ସ୍ଥାନରେ ନିୟୋଜିତ ଥିବା ଜଣେ ମହିଳା ସୁରକ୍ଷା କର୍ମୀ ଶ୍ରୀଲିଙ୍ଗରାଜ ଥାନାକୁ ଏକଥା ଜଣାଇଥିଲେ । ସମସ୍ତଙ୍କୁ ଶ୍ରୀଲିଙ୍ଗରାଜ ଥାନାକୁ ନିଆଯାଇଥିଲା । ଥାନା ଅଧିକାରୀ ଉଭୟ ପକ୍ଷର ଅଭିଭାବକଙ୍କୁ ଡକାଇ ଆଲୋଚନା କରିଥିଲେ । କିନ୍ତୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଘଟଣାର କୌଣସି ନିଷ୍କର୍ସ ବାହାରିନଥିଲା । ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି ଯେ ଆମେ ଉଭୟଙ୍କ ଆପୋସ ସମାଧାନ ପାଇଁ ଚେଷ୍ଟା କରିବୁ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!