Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଏସଆଇ ସୁପରିଟେଣ୍ଡେଣ୍ଟ ଓ ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିରରେ

by ସଞ୍ଜୟ ସ୍ୱାଇଁ
May 13, 2022
in State
ଏଏସଆଇ ସୁପରିଟେଣ୍ଡେଣ୍ଟ ଓ ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିରରେ
84
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଶ୍ରୀମନ୍ଦିରରେ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ଏଏସଆଇର ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ସ୍ଥିତି ଯାଞ୍ଚ କରିବାକୁ ଏଏସଆଇ ସୁପରିଟେଣ୍ଡେଣ୍ଟ ପ୍ରକଳ୍ପ ସ୍ଥଳରେ ବୁଲିଛନ୍ତି । ପ୍ରକଳ୍ପ ସ୍ଥଳ ବୁଲିଦେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଓ ଏଏସଆଇ ଆଞ୍ଚଳିକ ମୁଖ୍ୟ ବୈଠକରେ ଯୋଗଦେଇଛନ୍ତି । ପରିକ୍ରମା ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିବା ନେଇ ସମ୍ଭାବନା ରହିଛି । ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସଆଇ ଅଧିକାରୀ ଆଜି ପୁରୀ ଗସ୍ତ କରିଛନ୍ତି । ଶ୍ରୀମନ୍ଦିର ଐତିହ୍ୟ କରିଡରର ଅଭ୍ୟର୍ଥନା ସେଣ୍ଟର ନିର୍ମାଣ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ସେ ଆଲୋଚନା କରିଥିବା ଅନୁମାନ କରାଯାଉଛି । ଏହାସହ ଐତିହ୍ୟ କରିଡର ନିର୍ମାଣ ସମ୍ପର୍କରେ ଗୁରୁତ୍ୱପୂର୍ଣ ଆଲୋଚନା କରିଥିବା ଅନୁମାନ କରାଯାଉଛି । ଗଜପତି ମହାରାଜାଙ୍କ ଅଧକ୍ଷତାରେ CAC ବୈଠକରେ ନିଷ୍ପତି ଅନୁଯାୟୀ ଅଭ୍ୟର୍ଥନା ଗୃହ ଶହେ ମିଟର ବାହାରେ କରାଯିବାପାଇଁ ନିଷ୍ପତି ନିଆଯାଇଥିବା ବେଳେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଜି ଆଲୋଚନା କରାଯାଇଥାଏ ପାରେ ବୋଲି ଅନୁମାନ କରାଯାଉଛି | ଉଭୟ ରାଜ୍ୟ ସରକାର ଓ asi ନିର୍ମାଣ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ କରାଇବା ନେଇ ହାଇକୋର୍ଟରେ ନିବେଦନ କରିଥିବା ବେଳେ କରିଡର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କିଭଳି ଶୃଙ୍ଖଳିତ ଭାବେ ଶେଷ ହେବ ସେନେଇ ପ୍ରଚେଷ୍ଟା ଆରମ୍ଭ କରାଯାଉଥିବା ଅନୁମାନ କରାଯାଉଛି | ASI ସୁପରିଟେଣ୍ଡେଣ୍ଟଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ରାଜ୍ୟ ପୂର୍ତ୍ତ ସଚିବ ବିର ବିକ୍ରମ ଯାଦବଙ୍କ ପୁରୀରେ ଉପସ୍ଥିତି କରିଡର ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ୟେଶ୍ୟ ବୋଲି ଜଣାପଡିଛି | ସାମୁହିକ ଉଦ୍ୟେଶ୍ୟ ରଖି ପ୍ରକଳ୍ପ ନିର୍ମାଣ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବାରୁ ଏହାକୁ ନିୟମ ଓ ସୁରକ୍ଷିତ ଭାବେ ଶେଷ କରିବା ଲକ୍ଷରେ asi ଓ ସରକାରଙ୍କ ପକ୍ଷରୁ ଆଜି ଆଲୋଚନା କରାଯାଇଥିବା ଜଣା ପଡିଛି | ଏପରିକି ଏକ ବିଶ୍ଵସ୍ଥ ସୂତ୍ରରୁ ଅଭ୍ୟର୍ଥନା କକ୍ଷ ନିର୍ମାଣ ସଂକ୍ରାନ୍ତରେ ନୂତନ ଡିପିଆର ପ୍ରସ୍ତୁତ କରାଯିବା ନେଇ ଭରଚୁଆଲ ମାଧ୍ୟମରେ ଗୁରୁତ୍ୱପୂର୍ଣ ବୈଠକ କରାଯାଇଥିବା ଖବର ମିଳିଛି |

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!