ଭଦ୍ରକ (ବାଘୁଆବାର୍ତ୍ତା): ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଙ୍ଗ ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ଗ୍ରାମ ଦେବତୀ ମା ବୁଢ଼ୀ ଜାଗୁଲାଇ ଙ୍କ ନୁତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଛି । ତିନିଦିନ ଧରି ଏହି ପୂଜା ଚାଲିବ । ଯଜ୍ଞ, ପୂଜା, ହେବା ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ୟ୍ୟକ୍ରମ ହେବ । ଗ୍ରାମର ମହିଳା ଯୁବକ ନଦୀରୁ କଳସୀରେ ପାଣି ଆଣି ମା ଙ୍କୁ ମହା ସ୍ନାନ କରିଥିଲେ ପରେ ମା ଙ୍କ ନୀତିକାନ୍ତି ହୋଇ ପୂଜାର୍ଚ୍ଚନା ହୋଇଥିଲା ମା ଙ୍କ ନୁତନ ମନ୍ଦିର ଓ ବିଗ୍ରହ ସ୍ଥାପନ ପରେ ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟ ହୋଇଛି । ପ୍ରତେକ ଦିନ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଛି । ମା ଙ୍କ ଏହି ମନ୍ଦିର ପ୍ରତିଷ୍ଠା ଟି କୁ ଗ୍ରାମର ଦେବ ଭୂମି କମିଟି ର ସଦସ୍ୟ ମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ।






