Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛାତ୍ର ଛାତ୍ରୀ ମାନଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ଜିଲ୍ଲାପରିଷଦ କ୍ଷୀରୋଦ

by ସଞ୍ଜୟ ସ୍ୱାଇଁ
May 13, 2022
in Nayagarh, State
ଛାତ୍ର ଛାତ୍ରୀ ମାନଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ଜିଲ୍ଲାପରିଷଦ କ୍ଷୀରୋଦ
716
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନବ ନିର୍ବାଚିତ ପ୍ରତିନିଧି ମାନେ ନିର୍ବାଚିତ ହେଲାପରେ ଦେଇଥିବା ପ୍ରତିଶୃତି ପାଳନ କରୁଥିବା ନଜିର ରହିଛି । ନିର୍ବାଚିତ ହେଲାପରେ ପ୍ରତି ଗାଁ କୁ ଗାଁ ଯାଇ ସ୍ଥାନୀୟ ଜନସାଧାରଣଙ୍କ ସହ ମିଶୁଛନ୍ତି ଓ ଗାଁ ଉନ୍ନୟନମୂଳକ କାର୍ୟ୍ୟ ଉପରେ ଆଲୋଚନା କରି ସମାଧାନର ବାଟ ଫିଟାଉଥିବା ବେଳେ ୧୩ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ମହାପାତ୍ର ଆଜି ଅଚାନକ ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି । ସ୍କୁଲ ପରିଦର୍ଶନ ସମୟରେ କ୍ଷେତ୍ରିବରପୁର ସରକାରୀ ପ୍ରାଇମେରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ହଠାତ୍ ଛାତ୍ର ଛାତ୍ରୀଙ୍କ ମେଳରେ ଚକା ପକାଇ ବସି ପଡିଥିଲେ । ଏବଂ ମଧ୍ୟାହ୍ନ ଭୋଜନ ଦେବାକୁ କହିଥିଲେ । ଛାତ୍ର ଛାତ୍ରୀମାନଙ୍କ ସହ ଜିଲ୍ଲା ପରିଷଦ ମଧ୍ୟାହ୍ନ ଭୋଜନ କରି ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଥିଲେ । ଉନ୍ନତ ମାନର ମଧ୍ୟାହ୍ନ ଭୋଜନ ଛାତ୍ର ଛାତ୍ରୀମାନଙ୍କୁ ଦିଆଯାଉଥିବାରୁ ଜିଲ୍ଲା ପରିଷଦ ସଭ୍ୟ ପାଚିକାଙ୍କୁ ପ୍ରଶଂସା କରିଥିଲେ । ତତ୍ ସହିତ ଦୁଇ ଜଣ ଶିକ୍ଷକ ଥିଲେ ମଧ୍ୟ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ବିଦ୍ୟାଳୟ ପରିସର ସ୍ବଚ୍ଛତା ଦେଖି ଖୁସି ପ୍ରକଟ କରିଥିଲେ । ଏବଂ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ଦେଖା ଦେଇଥିବା ଯୋଗୁଁ ଏହାର ସମାଧାନ କରିବା ପାଇଁ ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲା ପରିଷଦ ସଭ୍ୟଙ୍କ ଏଭଳି ଅଚାନକ ଗସ୍ତକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଆଗାମୀ ଏହାକୁ ଆହୁରି ଅଗ୍ରଗତି କରାଯିବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!